ନୂଆଦିଲ୍ଲୀ: ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ 13-14 ନଭେମ୍ବରରେ ବ୍ରାଜିଲର ବ୍ରାସେଲିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଆର୍ଥିକ ବିକାଶ ପାଇଁ ଏକ ଅଭିନବ ଭବିଷ୍ୟ’ ଚଳିତ ବ୍ରିକ୍ସ ଶିଖର ସମ୍ମିଳନୀର ବିଷୟବସ୍ତୁ ରଖାଯାଇଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତ ରବୀଶ କୁମାର ସୂଚନା ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରିକ୍ସ (ବିଆରଆଇସିଏସ) ବ୍ରାଜିଲ, ଋଷିଆ, ଇଣ୍ଡିଆ, ଚୀନ, ସାଉଥ ଆଫ୍ରିକା ରାଷ୍ଟ୍ରମୁଖ୍ୟଙ୍କୁ ନେଇ ଗଠିତ ହୋଇଛି ।