ETV Bharat / bharat

ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Apr 13, 2020, 4:35 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ 10ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

PM Modi to address nation tomorrow at 10 AM
ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳ 10ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଦେଶବ୍ୟାପି ଜାରି 21ଦିନିଆ ଲକଡାଉନର ଶେଷ ଦିନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏହାର ସଂପ୍ରସାରଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟରରେ ଉଲ୍ଲେଖ କରାଯାଇଛି‘ ପ୍ରଧାନମନ୍ତ୍ରୀ 14 ତାରିଖ ଦିନ 10 ଘଟିକା ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ।’

ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଅଧିକାଂଶ ମୁଖ୍ୟମନ୍ତ୍ରୀ କୋରୋନା ସଂକ୍ରମଣ ରୋକିବାକୁ ଲକଡାଉନ ଅବଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ଆସନ୍ତାକାଲି ଘୋଷଣା କରିପାରନ୍ତି ।

ପୂର୍ବରୁ ଓଡିଶା, ପଞ୍ଜାବ, ତେଲେଙ୍ଗାନା ଓ ମହାରାଷ୍ଟ୍ର 30 ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢାଇଦେଇଛନ୍ତି । ଦେଶରେ କୋରୋନା ସଂକ୍ରମଣ ଦେଖାଯିବା ପରେ ମାର୍ଚ୍ଚ 24ରେ ପ୍ରଧାନମନ୍ତ୍ରୀ ମୋଦି 21 ଦିନିଆ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି ।

ଗତ 24 ଘଣ୍ଟାରେ 796ଟି ନୂଆ ମାମଲା ଚିହ୍ନଟ କରାଯିବା ପରେ ଭାରତରେ କୋରୋନା ପଜିଟିଭ ମାମଲା 9,152କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.