ନୂଆଦିଲ୍ଲୀ: ଆଜି ‘ମନ କି ବାତ୍’ ର 62ତମ ସଂସ୍କରଣ । ଦିନ 11ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଏହି କାର୍ଯ୍ୟକ୍ରମରେ ବଜେଟ ଉପରେ ଆଲୋଚନା କରିପାରନ୍ତି । ଏହାସହ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଥିବା ହେତୁ ଏହା ଉପରେ ମଧ୍ୟ ଚର୍ଚ୍ଚା କରିବା ନେଇ ଆଶା କରାଯାଉଛି ।
ତେବେ ଆସନ୍ତାକାଲି ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ମଧ୍ୟ ମୋଦି ଆଲୋଚନା କରିପାରନ୍ତି। ଗତ ଜାନୁଆରୀ 26ରେ ଅନୁଷ୍ଠିତ ହୋଇଥିବା ମନ କି ବାତ କାର୍ଯ୍ୟକ୍ରମରେ ସେ ଦେଶପ୍ରେମ ଉପରେ ବିଷାଦ ବିବରଣୀ ଦେଇଥିଲେ । ଏହାସହ ଲୋକଙ୍କୁ ସିଏଏ ଓ ଏନଆରସିକୁ ନେଇ ଦେଶଦ୍ରୋହ ନକରିବାକୁ ଅପିଲ କରିଥିଲେ ।