ETV Bharat / bharat

'ଇଏ ତ କେବଳ ଟ୍ରେଲର, ପିକଚର ଅଭି ବାକି ହେ'

ବିଶେଷ କରି ମଧ୍ୟମବର୍ଗର ଲୋକଙ୍କୁ ଲକ୍ଷ୍ୟ ରଖି ଏହି ବଜେଟରେ ଅନେକ କିଛି ଘୋଷଣା କରାଯାଇଛି । ତେବେ ବଜେଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ନରେନ୍ଦ୍ର ମୋଦି(ଫାଇଲ ଫଟୋ)
author img

By

Published : Feb 2, 2019, 3:11 PM IST

ନୂଆଦିଲ୍ଲୀ: ଆଗତ ହୋଇଛି ଆସନ୍ତା ଆର୍ଥିକ ବର୍ଷର କାମଚଳା ବଜେଟ । ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଆଗତ କରିଛନ୍ତି । ଏହା ଅନ୍ତରୀଣ ବଜେଟ ହୋଇଥିଲେ ମଧ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ଲୋଭନୀୟ ଘୋଷଣା କରିଛନ୍ତି ।

ସମ୍ଭବତଃ ଏହା ମୋଦି ସରକାରର ଶେଷ ବଜେଟ । ତେଣୁ ଏଥିରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁପ୍ରକାର ଯୋଜନା କରାଯାଇଛି । ବିଶେଷ କରି ମଧ୍ୟମବର୍ଗର ଲୋକଙ୍କୁ ଲକ୍ଷ୍ୟ ରଖି ଏହି ବଜେଟରେ ଅନେକ କିଛି ଘୋଷଣା କରାଯାଇଛି । ତେବେ ବଜେଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ଏକ ବିକାଶମୂଳକ ବଜେଟ କହି ଏହା ମାତ୍ର ଟ୍ରେଲର ବୋଲି ସେ କହିଛନ୍ତି । ଆଗକୁ ଅସଲ ଫିଲ୍ମ ଆସିବାର ବାକି ଅଛି ବୋଲି ମୋଦି ସୂଚନା ଦେଇଛନ୍ତି ।
undefined

ନୂଆ ବଜେଟ ହେଉଛି ନୂଆ ଭାରତ ଓ ସବୁ ଭାରତୀୟଙ୍କ ପାଇଁ । ଏହି ବଜେଟ ଦେଶର ସାଧାରଣ ଜନତାଙ୍କୁ ସଶକ୍ତ କରିବ । ଏହି ବଜେଟ ପ୍ରମାଣ କରୁଛି ଏନଡିଏ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦେଶର ସବୁବର୍ଗର ଲୋକଙ୍କୁ ଛୁଇଁଛି । ଏହା ସମସ୍ତ ଭାରତୀୟଙ୍କ ପାଇଁ ବୋଲି ମୋଦି କହିଛନ୍ତି । ଏହାସହ ସେ ଏହି ବଜେଟ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି ।

ତେବେ ଏହା ଏକ ଟ୍ରେଲର ମାତ୍ର । ପ୍ରକୃତ ବିକାଶମୂଳକ ବଜେଟ ଆସନ୍ତା ନିର୍ବାଚନ ପରେ ଆସିବ । ଏହା ଭାରତକୁ ବିକାଶ ପଥରେ ଆଗେଇ ନେବ ବୋଲି ସେ କହିଛନ୍ତି । ମୋଦି କହିଛନ୍ତି ଯେ ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ କୃଷକଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ସମସ୍ତଙ୍କ ପାଇଁ ଅନେକ କିଛି ରହିଛି । ସେହିପରି ଗୃହ ନିର୍ମାଣଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରର ବିକାଶ ପାଇଁ ଏଥିରେ ବ୍ୟବସ୍ଥା ରହିଛି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.