ETV Bharat / bharat

India Global Week ରେ ମୋଦିଙ୍କ ସମ୍ବୋଧନ: ଭାରତ ହେଉଛି ପ୍ରତିଭାର ‘ପାୱାର ହବ୍’ - ଭାରତ ହେଉଛି ପ୍ରତିଭାର ‘ପାୱାର ହବ୍’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଣ୍ଡିଆ ଗ୍ଲୋବାଲ ୱିକକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ହେଉଛି ଏଭଳି ପ୍ରତିଭାର ‘ପାୱାର ହବ୍’ ଯାହା ବିଶ୍ବରେ ନିଜର ଗୁରୁତ୍ବକୁ ଉପସ୍ଥାପନା କରିବାକୁ ଚାହୁଁଛି।

 India Global Week ରେ ମୋଦିଙ୍କ ସମ୍ବୋଧନ
India Global Week ରେ ମୋଦିଙ୍କ ସମ୍ବୋଧନ
author img

By

Published : Jul 9, 2020, 3:07 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଣ୍ଡିଆ ଗ୍ଲୋବାଲ ୱିକକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ହେଉଛି ଏଭଳି ପ୍ରତିଭାର ‘ପାୱାର ହବ୍’ ଯାହା ବିଶ୍ବରେ ନିଜର ଗୁରୁତ୍ବକୁ ଉପସ୍ଥାପନା କରିବାକୁ ଚାହୁଁଛି। ମୋଦି ତାଙ୍କ ସମ୍ବୋଧନରେ କୋରୋନା ସଙ୍କଟ ଓ ଏହାରେ ଅର୍ଥନୀତି ଉପରେ ପ୍ରଭାବ ବିଷୟରେ କହିଥିଲେ। ଏଥିସହ ନିବେଶକମାନଙ୍କୁ ଭାରତରେ ନିବେଶ କରିବାକୁ କହିଛନ୍ତି ।

ମୋଦି କହିଛନ୍ତି ଯେ ସାମାଜିକ ସମସ୍ୟା ହେଉ କିମ୍ବା ଅର୍ଥନୈତିକ ସମସ୍ୟା, ଭାରତ ସର୍ବଦା ଆଗକୁ ବଢି କାମ କରିଆସୁଛି। ଆଜି ଭାରତ କୋରୋନା ବିରୁଦ୍ଧରେ ଯୁଦ୍ଧ କରୁଛି, ଏହା ସହିତ ଆମେ ଅର୍ଥନୀତିର ସ୍ବାସ୍ଥ୍ୟବସ୍ଥା ଉପରେ ମଧ୍ୟ ନଜର ରଖିଛୁ। ସେ କହିଛନ୍ତି, ବିଶ୍ବ ସମୃଦ୍ଧତା ଓ ମଙ୍ଗଳ ପାଇଁ ଭାରତ ପ୍ରତ୍ୟେକ ପଦକ୍ଷେପ ନେବାକୁ ପ୍ରସ୍ତୁତ। ଏହା ହେଉଛି ସେହି ଭାରତ ଯିଏ ପରିବର୍ତ୍ତନ ଓ କାର୍ଯ୍ୟଦକ୍ଷତା ଉପରେ ବିଶ୍ବାସ କରେ ।

ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଆମ ସରକାର ଗତ 6 ବର୍ଷ ମଧ୍ୟରେ ଏଭଳି ଅନେକ ନିଷ୍ପତ୍ତି ନେଇଛି, ଯାହା ଆଗକୁ ଆମ ପାଇଁ ସହଜ କରିଦେବ । ଜିଏସଟି ସହିତ ଅନେକ ପ୍ରମୁଖ ନିଷ୍ପତ୍ତି ଏହାର ଉଦାହରଣ । କୋରୋନା ସଙ୍କଟ ମଧ୍ୟରେ ଆମେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଛୁ, ବର୍ତ୍ତମାନ ଅର୍ଥନୀତିକୁ ସରଳ ଓ ସହଜ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛୁ । ଏହା ମାଧ୍ୟମରେ ଆମେ ସିଧାସଳଖ ଗରିବଙ୍କ ଆକାଉଣ୍ଟରେ ଟଙ୍କା ପଠାଉଛୁ। ସରକାର ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ଅନଲକ୍ ସମୟରେ ଆମେ ଶ୍ରମିକମାନଙ୍କୁ ରୋଜଗାର ଯୋଗାଇଦେଉଛୁ ।

ଇଣ୍ଡିଆନ ଗ୍ଲୋବାଲ ୱିକରେ ମୋଦି କହିଛନ୍ତି ଯେ ଭାରତରେ ପ୍ରସ୍ତୁତ ଔଷଧ ବିଶ୍ବର ଆବଶ୍ୟକତା ପୂରଣ କରୁଛି। ଆମ ଦେଶରେ କୋରୋନା ଟୀକା ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ଟୀକା ପ୍ରସ୍ତୁତିରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ। ଆଜି ଦେଶ ଆତ୍ମନିର୍ଭରଶୀଳ ଭାରତ ଆଡକୁ ଗତି କରୁଛି।

ପ୍ରକାଶଥାଉକି, ଏହି 3 ଦିନିଆ ଭର୍ଚୁଆଲ୍ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘By the revival: India and a better new world’ । 30 ଟି ଦେଶରୁ 5000 ଜଣ ଇଣ୍ଡିଆ ଗ୍ଲୋବାଲ୍ ୱିକ-2020 ରେ ଅଂଶଗ୍ରହଣ କରିବେ । ଏଥିରେ 250 ଗ୍ଲୋବାଲ୍ ସ୍ପିକର 75 ଟି ଅଧିବେଶନ କରିବେ । ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ ମଧ୍ୟ ଏଥିରେ ଭାଗ ନେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.