ବେଜିଂ: ଚୀନର ଏକ ଲୋକପ୍ରିୟ ସୋସିଆଲ ମିଡିଆ ଆପ ୱି ଚାଟ ଭାରତ ଚୀନ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରକ ମୋଦି ଏବଂ ଭାରତୀୟ ଦୂତାବାସର ବୟାନକୁ ହଟାଇଦେଇଛି । ଦେଶର ସୁରକ୍ଷା ଏବଂ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ଜଣାପଡିଛି ।
ସୂଚନା ମୁତାବକ, ୱି ଚାଟରେ ଭାରତ-ଚୀନ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିପ୍ପଣି, ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଗୁରୁବାର ଜାରି ହୋଇଥିବା ବୟାନ ପବ୍ଲିସ କରାଯାଇଥିଲା ।
ତେବେ ଏହାର ଦିନକ ପୂର୍ବରୁ ଚାଇନିଜ ଟ୍ବିଟର ବେଇବୋ ଆକାଉଣ୍ଟରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ବୟାନ ଡିଲିଟ କରିବା ନେଇ ଭାରତୀୟ ଦୂତାବାସକୁ ସ୍ପଷ୍ଟୀକରଣ ଦେବାକୁ ପଡିଥିଲା । ଏହି ପୋଷ୍ଟ ତାଙ୍କ ତରଫରୁ ଡିଲିଟ ହୋଇନାହିଁ ଏବଂ ଚୀନ ଭାଷାରେ ସ୍କ୍ରିନ ସଟକୁ ପୁଣିଥରେ ପବଲିସ ହେବା ନେଇ ଏହି ସ୍ପଷ୍ଟୀକରଣ ଦିଆଯାଇଥିଲା ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭାରତୀୟ ଦୂତାବାସର ବୋଇବୋ ଆକାଉଣ୍ଟରୁ ଚୀନ ଭାଷାରେ ପୂର୍ବ ଲଦାଖରେ ସୀମାରେ ଘଟିଥିବା ସଂଘର୍ଷକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ବୟାନ ଜାରି କରାଯାଇଥିଲା ।