ETV Bharat / bharat

‘ଆଉ ନୁହେଁ ବେଶୀଦିନ, ଫେରିଯାଅ ଶରଣାର୍ଥୀ’ - ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ବୁଝାଇବାକୁ ପଡ଼ିବ

କୌଣସି ଦେଶରେ ଦୀର୍ଘଦିନ ଧରି ଅନ୍ୟ ଦେଶର ଅଧିବାସୀ ରହିବା ଉଚିତ ନୁହେଁ । ନିଜ ଦେଶକୁ ଫେରିଯିବା ପାଇଁ ଏବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ବୁଝାଇବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଗସ୍ତରେ ଆସିଥିବାବେଳେ ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଅଲୋଚନା ସମୟରେ ଏହି ସମସ୍ୟାକୁ ଉଲ୍ଲେଖ କରିଛନ୍ତି ମୋଦି ।

ଫଟୋ ସୌଜନ୍ଯ: ସୋସିଆଲ ମିଡ଼ିଆ
author img

By

Published : Oct 5, 2019, 11:16 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଅଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଙ୍କ ମଧ୍ୟରେ ରୋହିଙ୍ଗ୍ୟା ଶରଣାର୍ଥୀ ସମ୍ପର୍କରେ ହୋଇଛି ଆଲୋଚନା । ଏହି ଅବସରରେ ମୋଦି କହିଛନ୍ତି, ଆମକୁ ଏବେ ରୋହିଙ୍ଗ୍ୟାଙ୍କୁ ବୁଝାଇବାକୁ ପଡ଼ିବ ଯେ ଦୀର୍ଘ ଦିନ ଧରି କୌଣସି ଦେଶର ଅଧିବାସୀ ଅନ୍ୟ ଦେଶରେ ରହିପାରିବେ ନାହିଁ ବୋଲି କହିଛନ୍ତି ମୋଦି ।

ଭାରତ ଅଦ୍ୟାବିଧି ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ 120 କୋଟି ଟଙ୍କା ଖର୍ଚ୍ଚ କରିସାରିଛି । ସାମାଜିକ ଓ ଆର୍ଥିକ ସ୍ଥିତିର ବିକାଶ କରିବା ପାଇଁ ଭାରତ ଏହି ଅନୁଦାନ ପ୍ରଦାନ କରିଛି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ପକ୍ଷରୁ କରାଯାଉଥିବା ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି ।

ମିଆଁମାର ଫେରିଯିବା ପାଇଁ ଏବେ ଶରଣାର୍ଥୀଙ୍କୁ ବୁଝାଇବାକୁ ପଡ଼ିବ । ସେମାନଙ୍କ ହିତ ଦୃଷ୍ଟିରୁ ନିଜ ଦେଶକୁ ଫେରିଯିବା ଭଲ ବୋଲି ମୋଦି କହିଛନ୍ତି । ସେହିପରି ବାଂଲାଦେଶ ପକ୍ଷରୁ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫେରିଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.