ETV Bharat / bharat

ଅଯୋଧ୍ୟାରେ ପ୍ରଥମେ ହନୁମାନଗଢୀରେ ପୂଜା କରିବେ ମୋଦି - pm modi

ଅଗଷ୍ଟ 5ରେ ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ହନୁମାନଗଢୀରେ ପ୍ରଣାମ ଜଣାଇବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ହନୁମାନଗଢୀରେ 7 ମିନିଟ ସମୟ ଦିଆଯାଇଛି ।

 ହନୁମାନଗଢୀରେ ପୂଜା କରିବେ ମୋଦି
ହନୁମାନଗଢୀରେ ପୂଜା କରିବେ ମୋଦି
author img

By

Published : Aug 2, 2020, 3:01 PM IST

ନୂଆଦିଲ୍ଲୀ: ଅଗଷ୍ଟ 5ରେ ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ହନୁମାନଗଢୀରେ ପ୍ରଣାମ ଜଣାଇବେ । ହନୁମାନଗଢୀର ମୁଖ୍ୟ ପୁରୋହିତ ମହନ୍ତ ରାଜୁ ଦାସ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ହନୁମାନଗଢୀ ପରିଦର୍ଶନ କରିବେ। ଏଠାରେ ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ହନୁମାନଗଢୀରେ 7 ମିନିଟ ସମୟ ଦିଆଯାଇଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଆଗମନ ଓ ପ୍ରସ୍ଥାନ ଅନ୍ତର୍ଭୁକ୍ତ, ପ୍ରଧାନମନ୍ତ୍ରୀ ପୂଜା ପାଇଁ ପ୍ରାୟ 3 ମିନିଟ୍ ସମୟ ନେବେ । ସୂଚନାନୁସାରେ, ଅଗଷ୍ଟ 5 ରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ଦିନ 11ଟାରୁ 11ଟା15 ମଧ୍ୟରେ ପହଞ୍ଚିବେ। ସେ ସେଠାରେ ପ୍ରାୟ ତିନି ଘଣ୍ଟା ରହିବେ । ପ୍ରଧାନମନ୍ତ୍ରୀ ଦିନ ପ୍ରାୟ 2 ଟାରେ ଅଯୋଧ୍ୟାରୁ ଫେରିବେ ।

ଏହି ସମୟରେ ହନୁମାନଗଢୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏସପିଜି ଦଳ ଓ ପ୍ରଶାସନିକ ଅଧିକାରୀମାନେ ହନୁମାନଗଢୀରେ ପହଞ୍ଚି ଏଠାରେ ସୁରକ୍ଷା ପ୍ରସ୍ତୁତି କରୁଛନ୍ତି। ହନୁମାନଗଢୀରେ ପ୍ରଧାନମନ୍ତ୍ରୀ ମୋଦି ହନୁମାନଙ୍କୁ ଦର୍ଶନ କରି ରାମ ମନ୍ଦିର ଯିବେ ।

ପ୍ରକାଶଥାଉକି, ଏହି ସ୍ଥାନରେ ମୋଦିଙ୍କ ପାଇଁ ଏକ ଛୋଟ ମଞ୍ଚ ପ୍ରସ୍ତୁତ କରାଯାଇଛି। ଏହି ମଞ୍ଚରେ କେବଳ 5 ଜଣ ଲୋକ ଉପସ୍ଥିତ ରହିବେ । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପି ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଆରଏସଏସ ମୁଖ୍ୟ ମୋହନ ଭଗବତ ଓ ମନ୍ଦିର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ଉପସ୍ଥିତ ରହିବେ ।

ଅଯୋଧ୍ୟା ଯାତ୍ରାରେ ମୋଦିଙ୍କୁ ଦେଢ ଫୁଟରେ ଦୁର୍ଲଭ ରାମଙ୍କ କୋଦଣ୍ଡ ପ୍ରତିମା ଓ ଏକ ଫୁଟର ଲବ-କୁଶଙ୍କ ପ୍ରତିମା ପ୍ରଦାନ କରାଯିବ । ପ୍ରକାଶଥାଉକି, ଭଗବାନ ଶ୍ରୀରାମଙ୍କ ଧନୁକୁ କୋଦଣ୍ଡ କୁହାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.