ETV Bharat / bharat

କୋରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ - ପ୍ରଧାନମନ୍ତ୍ରୀଙ୍କ କୋରୋନା ସ୍ଥିତି ସମୀକ୍ଷା

ଦେଶରେ କିପରି ଚାଲିଛି କୋରୋନା ମୁକାବିଲା ? କେତେ ବାଟ ଚାଲିଛି ଡାକ୍ତରମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ବିପମେଣ୍ଟ (ପିପିଇ)ର ପ୍ରସ୍ତୁତି ପ୍ରକ୍ରିୟା ? ଏସମସ୍ତ ପ୍ରଶ୍ନ ସହ ଦେଶରେ କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

india fights corona, coronavirus news, corona update, PM reviews corona state in india, pm narendra modi, ଭାରତରେ କୋରୋନା ମୁକାବିଲା, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଅପଡେଟ, ପ୍ରଧାନମନ୍ତ୍ରୀଙ୍କ କୋରୋନା ସ୍ଥିତି ସମୀକ୍ଷା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୋରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ
author img

By

Published : Apr 10, 2020, 7:38 PM IST

ନୂଆଦିଲ୍ଲୀ: ଦେଶରେ କିପରି ଚାଲିଛି କୋରୋନା ମୁକାବିଲା ? କେତେ ବାଟ ଚାଲିଛି ଡାକ୍ତରମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ବିପମେଣ୍ଟ (ପିପିଇ)ର ପ୍ରସ୍ତୁତି ପ୍ରକ୍ରିୟା ? ଏସମସ୍ତ ପ୍ରଶ୍ନ ସହ ଦେଶରେ କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏହି ବୈଠକ ଆୟୋଜିତ ହୋଇଯାଇଛି ।

ଦେଶରେ କୋଭିଡ-19 ଟେଷ୍ଟିଂର କ୍ଷମତା ଓ ସ୍ଥିତି ପରଖିଥିଲେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା କି ବର୍ତ୍ତମାନ ସୁଦ୍ଧା ଦେଶରେ 1,45,916ଟି ସ୍ବାବ ନମୂନା ପରୀକ୍ଷା କରାଯାଇଛି । ଏଥିସହ ଦେଶ ପାଇଁ ଅହରହ କାମ କରୁଥିବା ଡାକ୍ତରୀ କର୍ମଚାରୀମାନଙ୍କୁ ସୁରକ୍ଷାକୁ ନଜରରେ ରଖି ପିପିଇର ପ୍ରସ୍ତୁତିକୁ ତ୍ବରାନ୍ବିତ କରାଯାଇଛି । ଦେଶରେ କୋଣ ଅନୁକୋଣରେ ଏନଜିଓ ଓ ସିଭିଲ ସୋସାଇଟି ଦଳକୁ ମୋବିଲାଇଜ କରାଯାଉଛି ।

ପ୍ରତିଟି ଲୋକଙ୍କ ପାଖରେ କିପରି କୋଭିଡ-19 ସଂକ୍ରମଣ ଆଧାରିତ ସତର୍କ ସଚେତନତା ବାର୍ତ୍ତା ପହଞ୍ଚିପାରିବ ସେନେଇ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ବୈଠକରେ ଅସହାୟଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଧରରେ ରିଲିଫ ଯୋଗାଣ ନେଇ ମଧ୍ୟ ସ୍ଥିତିର ସମୀକ୍ଷା ହୋଇଥିଲା ।

ସୂଚନା ଅନୁଯାୟୀ ଗତ ମାର୍ଚ୍ଚ 29ରେ କେନ୍ଦ୍ର ସରକାର 11ଟି ବିକଶିତ ଦଳକୁ କୋରୋନା ସଂକ୍ରମଣ ସହ ଲଢେଇରେ ଆବଶ୍ୟକ ପଦକ୍ଷେପର ସମୀକ୍ଷା କରିବା ପାଇଁ ନିୟୋଜିତ କରିଥିଲେ । ସେପଟେ ବୈଠକରେ ଏହି 21 ଦିନର ଲକଡାଉନରେ ଦେଶରେ କୋରୋନା ସ୍ଥିତିରେ ସୁଧାର ଆସିବା ନେଇ ଆଶା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.