ଅହମ୍ମଦାବାଦ: ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି 145 ତମ ଜନ୍ମଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ ୟୁନିଟରେ ପହଞ୍ଚି ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । 2014 ରୁ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇଆସୁଛି ।
ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ପିଏମ ପ୍ରଥମେ ସର୍ଦ୍ଦାର ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ରାଷ୍ଟ୍ରୀୟ ଏକତା ଦିବସରେ କେଭାଡିଆରେ ଆୟୋଜିତ ଏକ ଭବ୍ୟ ପ୍ୟାରେଡରେ ସାମିଲ ହୋଇଥିଲେ। ଏହି ପରେଡରେ NSG, NDRF, ଗୁଜୁରାଟ ପୋଲିସ, CRPF ର ମହିଳା ୟୁନିଟ୍ ପରି ସୁରକ୍ଷା ଏଜେନ୍ସିମାନେ ଅଂଶଗ୍ରହଣ କରିଥିଲେ । ଏହି ଏଜେନ୍ସିଗୁଡିକ ପରେଡ ପ୍ରଦର୍ଶନ କରିଥିଲେ ।
ଏହି ପ୍ୟାରେଡରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସିର ସୈନିକ ଯୋଗ ଦେଇଥିଲେ । ପରେଡ ପୂର୍ବରୁ ପିଏମ ମୋଦି ସୁରକ୍ଷା ଏଜେନ୍ସିର ସୈନିକଙ୍କୁ ଜାତୀୟ ଏକତା ଏବଂ ସୁରକ୍ଷା ଶପଥ ଗ୍ରହଣ କରାଇଥିଲେ ।
ଏହା ପରେ ସେ ଭିଡିଓ କନଫରେନ୍ସି ଜରିଆରେ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନର ଏକାଡେମୀ, ଫାଉଣ୍ଡେସନ ପାଠ୍ୟକ୍ରମରେ ପଢୁଥିବା ବିଭିନ୍ନ ସିଭିଲ ସର୍ଭିସେସ ବିଦ୍ୟାର୍ଥୀଙ୍କୁ ପିଏମ ସମ୍ବୋଧିତ କରୁଛନ୍ତି । ଅପରାହ୍ନରେ ସମୁଦ୍ର ବିମାନ ସେବାର ମଧ୍ୟ ଉଦଘାଟନ କରିବେ ।
ଭାରତକୁ ଏକତ୍ର କରିବାରେ ସର୍ଦ୍ଦାର ପଟେଲ ଅବିଶ୍ବସନୀ ଉଦ୍ୟମ କରିଥିଲେ। ଏହା ପୂର୍ବରୁ ପିଏମ ଟ୍ବିଟ ଜରିଆରେ ଲୌହମାନବଙ୍କ ସର୍ଦ୍ଦାର ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହା ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିଲ୍ଲୀରେ ସର୍ଦ୍ଦାର ଭାଇଙ୍କୁ ଦିଲ୍ଲୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସର୍ଦ୍ଦାର ପଟେଲ ସ୍ବାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଥିଲେ । ବର୍ଷ 1950 ଡିସେମ୍ବର 15 ତାଙ୍କର ଦେହାନ୍ତ ହୋଇଥିଲା ।
@ANI