ETV Bharat / bharat

ମତ୍ସ୍ୟ ସମ୍ପଦ କ୍ଷେତ୍ର ପାଇଁ ଖର୍ଚ୍ଚ ହେବ 20,050 କୋଟି ଟଙ୍କା, ଲଞ୍ଚ ହେଲା PMMSY - କୃଷକଙ୍କ ଆୟ ଦ୍ୱିଗୁଣିତ

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସରକାରଙ୍କ ପ୍ରଚେଷ୍ଟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମତ୍ସ୍ୟ ସମ୍ପଦ ବିଭାଗର ଉତ୍ପାଦନ ଓ ରପ୍ତାନି ବୃଦ୍ଧି କରିବାକୁ 20,050 କୋଟି ଟଙ୍କା ବ୍ଯୟରେ PMMSY ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ..

ମତ୍ସ୍ୟ ସମ୍ପଦ କ୍ଷେତ୍ର ପାଇଁ  ଖର୍ଚ୍ଚ ହେବ 20,050 କୋଟି ଟଙ୍କା , ଲଞ୍ଚ ହେଲା  PMMSY

author img

By

Published : Sep 10, 2020, 6:09 PM IST

Updated : Sep 10, 2020, 7:40 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ)ର ଶୁଭାରମ୍ଭ କରିଛନ୍ତି । ଏଥିସହ କୃଷକଙ୍କ ପ୍ରତ୍ୟକ୍ଷ ବ୍ୟବହାର ପାଇଁ ଏକ ‘ଇ-ଗୋପାଲା ଆପ’ ଆରମ୍ଭ କରିଛନ୍ତି । ଏହା ବଜାର ତଥା ସୂଚନା ସମ୍ବନ୍ଧୀୟ ପୋଟାର୍ଲ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିହାରରେ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ର ସହ ଜଡିତ ଅନ୍ୟ କେତେକ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ।

ଏହି ସମୟରେ ମୋଦି କହିଛନ୍ତି କି ବିହାରରେ ସ୍ଥାନୀୟ ଉତ୍ପାଦକୁ ଯେତିକି ପ୍ରୋତ୍ସାହନ ମିଳିବ, ‘ଆତ୍ମନିର୍ଭର ଭାରତ ’ଅଭିଯାନକୁ ସେହି ପରିମାଣରେ ଶକ୍ତି ମିଳିବ ।

ମତ୍ସ୍ୟ ସମ୍ପଦ କ୍ଷେତ୍ର ପାଇଁ ଖର୍ଚ୍ଚ ହେବ 20,050 କୋଟି ଟଙ୍କା, ଲଞ୍ଚ ହେଲା PMMSY

ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଆରେ 20,050 କୋଟି ଟଙ୍କା ବ୍ଯୟରେ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରି କହିଛନ୍ତି କି, ବିହାରର ଗ୍ରାମକୁ ଆତ୍ମନିର୍ଭର ଭାରତର କେନ୍ଦ୍ର କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରୟାସକୁ ତୀବ୍ର କରିବେ ।

PMMSY ଅଧିନରେ 20,050କୋଟି ଟଙ୍କାର ନିବେଶ ରେକର୍ଡ ସର୍ବାଧିକ ।

ଲୋକାଲ ପ୍ରଡକ୍ଟ ପାଇଁ ଭୋକାଲ ହେବାକୁ ମୋଦି ଆହ୍ବାନ ଦେଇଛନ୍ତି । ଏଥିପାଇଁ ପ୍ରୟାସ ଜାରି ରଖିବାକୁ ସେ ପ୍ରୋତ୍ସାହିତ କରିଛନ୍ତି । ଏଥି ମଧ୍ୟରେ PMMSY ହିତାଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ଅନୁଭବକୁ ମଧ୍ୟ ମୋଦି ଶୁଣିଛନ୍ତି ।

ଏଥିମଧ୍ୟରୁ ସାମୁଦ୍ରିକ, ଆଭ୍ୟନ୍ତରୀଣ ମତ୍ସ୍ୟଚାଷ ଏବଂ ଜଳଚର କ୍ଷେତ୍ରରେ ହିତାଧିକାରୀ-ଆଧାରିତ କାର୍ଯ୍ୟକଳାପ ପାଇଁ 12,340 କୋଟି ଟଙ୍କା ନିବେଶ ପ୍ରସ୍ତାବ ରହିଥିଲାବେଳେ ପ୍ରାୟ 7,710 କୋଟି ଟଙ୍କା ମତ୍ସ୍ୟ ଭିତ୍ତିଭୂମି ପାଇଁ ରହିଛି ।

2024-25 ସୁଦ୍ଧା ମତ୍ସ୍ୟ ଉତ୍ପାଦନକୁ ଅତିରିକ୍ତ 70 ଲକ୍ଷ ଟନ ବୃଦ୍ଧି, 2024-25 ସୁଦ୍ଧା ମତ୍ସ୍ୟ ଉତ୍ପାଦନ ରପ୍ତାନି ଆୟକୁ 1 ଲକ୍ଷ କୋଟି ଟଙ୍କାକୁ ବଢାଇବାକୁ PMMSY ଲକ୍ଷ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2020, 7:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.