ETV Bharat / bharat

ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଜଘାଟରେ ପହଞ୍ଚି ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ବହୁଚର୍ଚ୍ଚିତ ମିଶନ ସ୍ବଚ୍ଛ ଭାରତ ମିଶନର ଇଣ୍ଟରଆକ୍ଟିଭ ଅଭିଜ୍ଞତା ଉପରେ ଆଧାରିତ ।

author img

By

Published : Aug 8, 2020, 5:45 PM IST

ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ  କଲେ ମୋଦି
ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଜଘାଟରେ ପହଞ୍ଚି ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି କେନ୍ଦ୍ର ସରକାରଙ୍କ ବହୁଚର୍ଚ୍ଚିତ ମିଶନ ସ୍ବଚ୍ଛ ଭାରତ ମିଶନର ଇଣ୍ଟରଆକ୍ଟିଭ ଅଭିଜ୍ଞତା ଉପରେ ଆଧାରିତ । ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ର ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ପୂର୍ବକ ସମର୍ପିତ । ଏହାକୁ ପ୍ରଥମେ ପିଏମ 10 ଏପ୍ରିଲ, 2017 ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ ‘ସତ୍ୟାଗ୍ରହ’ର 100 ବର୍ଷ ପୂରଣ ହେବାର ଅବସରରେ ଘୋଷଣା କରିଥିଲେ ।

ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଅବସ୍ଥିତ ଅଡିଟୋରିୟମରେ ପ୍ରଧାନମନ୍ତ୍ରୀ ଏକ ନିଆରା 'ଅଡି 360 ଡିଗ୍ରୀ' ଅଡିଓ-ଭିଜୁଆଲ୍ କାର୍ଯ୍ୟକ୍ରମ ଦେଖିଥିଲେ । ଯାହା ଭାରତର ସ୍ବଚ୍ଛତା ଇତିହାସରେ ଲୋକଙ୍କ ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ସବୁଠାରୁ ବଡ ଅଭିଯାନର ଯାତ୍ରା ଦର୍ଶାଇଥିଲା ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ 36ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ । ଯେଉଁମାନେ 36ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିତ୍ବ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.