ନୂଆଦିଲ୍ଲୀ: ଭିଏତନାମର ପ୍ରଧାନମନ୍ତ୍ରୀ ନଗୁଏନ୍ ଜୁଆନ୍ ଫୁକଙ୍କ ସହ ଟେଲିଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦି। ବର୍ତ୍ତମାନ ସାରା ବିଶ୍ବରେ ବିପଦ ହୋଇ ଛିଡା ହୋଇଥିବା କୋରୋନାର ସ୍ଥିତି ଏବଂ ଏହାର ପଦକ୍ଷେପ ନେଇ ଆଲୋଚନା କରିଥିଲେ ଏହି ଦୁଇ ନେତା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଛି ଏହି ସୂଚନା ।
କୋଭିଡ-19 ସହିତ ଯୁଦ୍ଧରେ ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ରହିଛି । ଏହା ଉପରେ ଦୁଇ ନେତା ସହମତ ହୋଇଥିଲେ। ସେମାନେ ମଧ୍ୟ ନିଜ ଅଞ୍ଚଳର ଥିବା ନାଗରିକମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
@ANI