ETV Bharat / bharat

ନବରାତ୍ରୀରେ ନମୋଙ୍କ ଫାଷ୍ଟିଙ୍ଗ: 13 ରାଜ୍ୟରେ କଲେ୍ 23 ରାଲି - ରାଲି

ପ୍ରଧାନମନ୍ତ୍ରୀ ମୋଦି 22 ହଜାର କିଲୋମିଟର ଯାତ୍ରା କରିଛନ୍ତି । ଏହାସହ ଓଡିଶା, ଛତିଶଗଡ, ପଶ୍ଚିମବଙ୍ଗ, ତ୍ରିପୁରା, ମଣିପୁର, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ, ଗୋଆ, ବିହାର, ଆସାମ ଓ କେରଳ ଭଳି ରାଜ୍ୟ ଗସ୍ତ କରି ଅନେକ ରାଲି କରିଛନ୍ତି ।

ଫାଇଲ ଫଟୋ
author img

By

Published : Apr 14, 2019, 5:50 AM IST

ନୂଆଦିଲ୍ଲୀ: ନବରାତ୍ରୀ ଉପବାସ ସହ ସୂର୍ଯ୍ୟର କଡା ପ୍ରକୋପ । ତଥାପି କମିନି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନୀ ଯୋସ । ବିଗତ 10 ଦିନକୁ ଦେଖିଲେ ମୋଦିଙ୍କ ଦିନଚର୍ଯ୍ୟା ବ୍ୟସ୍ତବହୁଳ ରହିଛି । ଆଉ ଏହି ସମୟ ମଧ୍ୟରେ ବି ମୋଦି ଅନେକ ରାଜ୍ୟ ଗସ୍ତ କରିବା ସହ ଅନେକ ରାଲି କରିଛନ୍ତି ।

ବିଶେଷ କରି ଏହି ନବରାତ୍ରି ସମୟରେ ମୋଦି ଉପବାସ କରିଥିଲେ । ଆଉ ଉପବାସ ସତ୍ୱେ ମଧ୍ୟ ସେ 13 ରାଜ୍ୟ ଗସ୍ତ କରିବା ସହ 23 ରାଲି କରିଥିବା ଜଣାପଡିଛି । ଏଥିପାଇଁ ସେ 22 ହଜାର କିଲୋମିଟର ଯାତ୍ରା କରିଛନ୍ତି । ଏହାସହ ଓଡିଶା, ଛତିଶଗଡ, ପଶ୍ଚିମବଙ୍ଗ, ତ୍ରିପୁରା, ମଣିପୁର, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ, ଗୋଆ, ବିହାର, ଆସାମ ଓ କେରଳ ଭଳି ରାଜ୍ୟ ଗସ୍ତ କରି ଅନେକ ରାଲି କରିଛନ୍ତି ।

ନିର୍ବାଚନକୁ ନେଇ ପ୍ରାୟ ପ୍ରତିଦିନ ମୋଦି 2ରୁ 3ଟି ରାଲି କରୁଛନ୍ତି । ଗ୍ରୀଷ୍ମ ପ୍ରବାହର ତାତିକୁ ନଜରରେ ରଖି ବିଜେପି ପକ୍ଷରୁ ମୋଦିଙ୍କ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି । ସେ ପୁଣି ଗୋଟେ ଦିନରେ ଦୁଇଟି ଅଲଗା ଅଲଗା ରାଜ୍ୟରେ । ସକାଳୁ ଗୋଟେ ରାଲି କରାଯାଉ ଥିବାବେଳେ ଦ୍ୱିପ୍ରହରରେ 2ଟା ରାଲି ଆୟୋଜନ କରାଯାଉଛି । ଏତେସବୁ ପରେ ବି ମୋଦି ନିଜ କାର୍ଯ୍ୟକୁ ଖୁବ ନିଖୁଣତାର ସହ ତୁଲାଇଛନ୍ତି ।

ଗଣତନ୍ତ୍ରର ମହାନ ପର୍ବ ଏପ୍ରିଲ 11ରୁ ଆରମ୍ଭ ହୋଇଯାଇ ଥିବାବେଳେ 7ଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ 91ଟି ସାଂସଦ ଆସନ ପାଇଁ ମତଦାନ ସରିଛି । ମେ 19ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହୋଇ ମେ 23ରେ ଫଳାଫଳ ପ୍ରକାଶ ପାଇବ । ଯେଉଁଥିରେ କିଏ ସରକାର ଗଢିବ ତାହା ଜନତାଜନାର୍ଦ୍ଦନଙ୍କ ଭୋଟ ହିଁ କହିବ ।

Intro:Body:

DFVDVFFVBGFB

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.