ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜନତାଙ୍କ ସହ ଯୋଡି ହେବାରେ ସବୁଠୁ ଆଗରେ ପ୍ରଧାନମନ୍ତ୍ରୀ ମୋଦି । ବର୍ତ୍ତମାନ ଇନଷ୍ଟାଗ୍ରାମରେ 30 ମିଲିଅନ ଫଲୋୟରରେ ପହଞ୍ଚିଛନ୍ତି । ମୋଦି ହେଉଛନ୍ତି ସବୁଠୁ ଅଧିକ ଫଲୋୟର ଥିବା ନେତା ।
ନିକଟରେ ଇନଷ୍ଟାଗ୍ରାମରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ 14.9 ମିଲିୟନ ଫଲୋୟର ଏବଂ ବାରାକ ଓବାମା 24.8 ମିଲିଅନ ଫଲୋୟର ରହିଛନ୍ତି। ଏହାକୁ ନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଟ୍ବିଟ କରି କହିଛନ୍ତି ଯେ, ପୂର୍ବରୁ ଆମେରିକା ରାଷ୍ଟ୍ରପତି ସବୁଠୁ ଅଧିକ ଫଲୋୟର ଥିବା ନେତା ଥିବା ବେଳେ ଏବେ ମୋଦିଙ୍କ ପାଳି । ସୋସିଆଲ ମିଡିଆ ଦ୍ବାରା ତାଙ୍କର ଲୋକପ୍ରିୟତା ବଢୁଛି ଏବଂ ଯୁବପିଢିଙ୍କ ସହ ଯୋଡି ହୋଇ ରହୁଛନ୍ତି ।
ବର୍ତ୍ତମାନ ମୋଦି ଟ୍ବିଟରରେ 50 ମିଲିୟନ ଫଲୋୟର୍ସ ହେଲେଣି । ସୋସିଆଲ ମିଡିଆରେ ଫଟୋ ଓ କିଛି ତଥ୍ୟ ପ୍ରତିଦିନ ସେୟାର କରିବା ସହ ମୋଦି ସର୍ବଦା ଆକ୍ଟିଭ ଥାଆନ୍ତି । ଗତବର୍ଷ ଆର୍ନ୍ତଜାତୀୟ ସର୍ଭେ ଅନୁସାରେ, ମୋଦି ଟପ ଥ୍ରୀ ନେତାଙ୍କ ମଧ୍ୟରୁ ଜଣେ।