ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସତର୍କ ରହିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଏନେଇ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ଟିମ୍ ମାସ୍କ ଫୋର୍ସ ।
ପ୍ରକାଶ ଥାଉକି, ଭାରତୀୟ କ୍ରିକେଟ ବୋର୍ଡ କୋରୋନା ମହାମାରୀ ବିରୋଧରେ ଲଢେଇରେ ସାମିଲ ହୋଇଛନ୍ତି । ସାର୍ବଜନିନ ସ୍ଥଳରେ ମାସ୍କ ବ୍ୟବହାର ନେଇ ବୋର୍ଡ ଏକ ସଚେତନ ଭିଡିଓ ଜାରି କରିଛି । ଏଥିରେ ସୌରଭ ଗାଙ୍ଗୁଲି, ବିରାଟ କୋହଲି ଓ ସଚିନ ତେନ୍ଦୁଲକର ଭଳି ଖେଳାଳୀ ନଜର ଆସିଛନ୍ତି । ‘ଟିମ୍ ମାସ୍କ ଫୋର୍ସ’ ସାର୍ବଜନିନ ସ୍ତରରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରୁଛି ।
ଭାରତୀୟ କ୍ରିକେଟ ବୋର୍ଡର ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରିଛନ୍ତି । ମୋଦି କହିଛନ୍ତି,‘ ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ । ଇଣ୍ଡିଆ ଫାଇଟ୍ କୋରୋନା ସହ ଯୋଡିହୁଅନ୍ତୁ ଓ କେନ୍ଦ୍ର ସରକାରଙ୍କ ସେତୁ ଆରୋଗ୍ୟ ମୋବାଇଲ ଆପ୍ ଡାଉନଲୋଡ କରନ୍ତୁ ।