ETV Bharat / bharat

ମୋଜାମ୍ବିକ୍ୟୁ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ମେଡିକାଲ ସହାୟତା ପ୍ରତିଶ୍ରୁତି

author img

By

Published : Jun 3, 2020, 11:59 PM IST

ଆଫ୍ରିକା ରାଷ୍ଟ୍ର ମୋଜାମ୍ବିକ୍ୟୁରେ କୋରୋନା ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ମୋଦି । ଭାରତ ପକ୍ଷରୁ ସହାୟତା ଯୋଗାଇଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅଧିକ ପଢନ୍ତୁ...

ମୋଜାମ୍ବିକ୍ୟୁ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ମେଡିକାଲ ସହାୟତା ପ୍ରତିଶ୍ରୁତି
ମୋଜାମ୍ବିକ୍ୟୁ ରାଷ୍ଟ୍ରପତିଙ୍କୁ ମୋଦିଙ୍କ ମେଡିକାଲ ସହାୟତା ପ୍ରତିଶ୍ରୁତି

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କୋରୋନା ଯୋଗୁଁ ଦେଖାଦେଇଥିବା ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଷ୍ଟ୍ର ସହ ଉତ୍ତମ ସମ୍ପର୍କ ବଜାୟ ରଖିଛନ୍ତି । ଭାରତର ବନ୍ଧୁ ରାଷ୍ଟ୍ରଙ୍କ ସମେତ ପ୍ରାୟ ସବୁ ଦେଶ ସହ ମୋଦି ଏହି ମହାମାରୀର ପରିସ୍ଥିତି ନେଇ ଆଲୋଚନା କରିଛନ୍ତି । ବୁଧବାର ମୋଜାମ୍ବିକ୍ୟୁ ରାଷ୍ଟ୍ରପତି ଫିଲିପେ ନ୍ୟୁସିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏନେଇ ନିଜ ଟ୍ବିଟରରେ ସେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ମୋଜାମ୍ବିକ୍ୟୁ ରାଷ୍ଟ୍ରପତିଙ୍କ ସହ ଏକ ଚତ୍ମକାର କଥାବାର୍ତ୍ତା କରିଛି । ଆଫ୍ରିକା ରାଷ୍ଟ୍ର ମୋଜାମ୍ବିକ୍ୟୁରେ କୋରୋନା ସ୍ଥିତି ସମ୍ପର୍କରେ ପଚାରି ବୁଝିଛି । ଏହାସହ ଭାରତ ପକ୍ଷରୁ ସହାୟତା ଯୋଗାଇଦେବା ନେଇ ପ୍ରତିଶ୍ରୁତି ଦେଇଛି ବୋଲି ମୋଦି କହିଛନ୍ତି । ଏହାସହ ମୋଜାମ୍ବିକ୍ୟୁକୁ ସମସ୍ତ ପ୍ରକାର ମେଡିକାଲ ସହାୟତା ଯୋଗାଇ ଦିଆଯିବ ବୋଲି ମୋଦି ଫିଲିପେ ନ୍ୟୁସିଙ୍କୁ ଆଶ୍ବସନା ଦେଇଛନ୍ତି ।

ସେହିପରି ମୋଜାମ୍ବିକ୍ୟୁରେ ଥିବା ଭାରତୀୟ ସମ୍ପ୍ରଦାୟର ସୁରକ୍ଷା ଓ ସ୍ବାସ୍ଥ୍ୟଗତ ସମସ୍ୟା ଉପରେ ଧ୍ୟାନ ଦେଇଥିବାରୁ ମୋଦି ଫିଲିପେଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରକାଶ ଥାଉ କି ମୋଜାମ୍ବିକ୍ୟୁରେ କୋରୋନା ପ୍ରଭାବ ସାମାନ୍ୟ କମ ରହିଛି । ସେଠାରେ ଏବେ ଯାଏଁ ମୋଟ୍ 307 ମାମଲା ବାହାରିବା ସହ 2ଟି ମୃତ୍ୟୁ ଘଟିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.