ETV Bharat / bharat

ପିଏମ କେୟାର ଫଣ୍ଡକୁ ଅର୍ଥରାଶି ଦେଲେ 99 ବର୍ଷୀୟ ବୃଦ୍ଧ, ଧନ୍ୟବାଦ୍ ଦେଲେ ମୋଦି - କୋରୋନା ଭାଇରସ

କୋରୋନା ମହା ମୁକାବିଲାରେ ସାମିଲ ହେଲେ 99 ବର୍ଷୀୟ ବୃଦ୍ଧ। ନିଜର ଜୀବନ ବ୍ୟାପି ସଞ୍ଚିତ ସମସ୍ତ ଅର୍ଥରାଶିକୁ ସେ ପିଏମ କେୟାର ଫଣ୍ଡକୁ ଦାନ କରିଛନ୍ତି।

PM Modi applauds 99-year-old ex-MLA
ପିଏମ କେୟାର ଫଣ୍ଡକୁ ଦାନ କଲେ 99 ବର୍ଷୀୟ ବୃଦ୍ଧ, ଧନ୍ୟବାଦ୍ ଦେଲେ ମୋଦି
author img

By

Published : Apr 21, 2020, 4:36 PM IST

ଅହମ୍ମଦାବାଦ୍: କୋରୋନା ମହା ମୁକାବିଲାରେ ସାମିଲ ହେଲେ 99 ବର୍ଷୀୟ ବୃଦ୍ଧ। ନିଜର ଜୀବନ ବ୍ୟାପି ସଞ୍ଚିତ ସମସ୍ତ ଅର୍ଥରାଶିକୁ ସେ ପିଏମ କେୟାର ଫଣ୍ଡକୁ ଦାନ କରିଛନ୍ତି। ତେବେ ବୃଦ୍ଧଙ୍କ ଏହି ବଦାନ୍ୟତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରି ଫୋନ ଯୋଗେ ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

ସୂଚନା ଅନୁସାରେ, ଗୁଜୁରାଟ ବିଲଖା ସହର ଜୁନାଗଡ ଜିଲ୍ଲାର ରତ୍ନାଭାଇ ଥୁମାର ଜଣେ ପୂର୍ବତନ ବିଧାୟକ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ କରି କଥା ହେବା ସହ ସହାୟତା ରାଶି ପ୍ରଦାନ କରିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି। ଏବଂ ଏ ବୟସରେ ସେ ଏକ ମହତ କାର୍ଯ୍ୟ କରିଥିବା କହିଛନ୍ତି ମୋଦି।

ତେବେ କଥା ହେବାର ଶେଷ ତିନି ମିନିଟରେ ମୋଦି ଥୁମାର ଜିଲ୍ଲା ଥରେ ଗସ୍ତ କରିଥିବା ମନେ ପକାଇ ଦେଇଥିଲେ। ଏହାସହ ନିଜ ସ୍ବାସ୍ଥ୍ୟ ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀ ଥମ୍ମାରଙ୍କ କହିବା ଅନୁସାରେ, ଏପ୍ରିଲ 17 ରେ ସେ ଜୁନାଗଡ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ 51,000 ଟଙ୍କା ଚେକ୍ ପ୍ରଦାନ କରିଥିଲେ।

ଏହାସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ମୋର ସଞ୍ଚୟକୁ ସରକାରଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲି, କାରଣ ମୋର ବୟସ ଅଧିକ ହେତୁ ମୁଁ ଦେଶକୁ ଶାରିରୀକ ଭାବେ ସାହାଯ୍ୟ କରିପାରିବି ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.