ETV Bharat / bharat

ଯମୁନା ଏକ୍ସପ୍ରେସୱେ ବସ ଦୁର୍ଘଟଣା: ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଯମୁନା ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣା । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସହାୟତା ରାଶି ଘୋଷଣା ସହିତ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି ।

author img

By

Published : Jul 8, 2019, 2:21 PM IST

ଫାଇଲ ଫଟୋ

ଆଗ୍ରା: ଯମୁନା ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣା । ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଟ୍ବିଟର ମାଧ୍ୟମରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ତୁରନ୍ତ ସୁସ୍ଥ ହେବା ନେଇ କାମନା କରିଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନଙ୍କ ସମସ୍ତ ସହାୟତା ଯୋଗାଇବା ନେଇ ଅପିଲ କରିଛନ୍ତି ।

tweet
ଫଟୋ ସୌଜନ୍ୟ:@rajnathsingh

ସେପଟେ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଦୁର୍ଘଟଣା ବିଷୟରେ ରାଜନାଥ ସିଂ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସୋମବାର ଭୋର ସମୟରେ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଏକ ବସ ଭାରସାମ୍ୟ ହରାଇ ଡିଭାଇଡରକୁ ଭାଙ୍ଗି ଖାଲ ଭିତରକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ 29 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 20 ଜଣ ଆହତ ହୋଇଛନ୍ତି ।

tweet
ଫଟୋ ସୌଜନ୍ୟ:@myogiadityanath

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରଙ୍କୁ 5 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିବା ସହିତ ଘଟଣାସ୍ଥଳକୁ ଉପମୁଖ୍ୟମନ୍ତ୍ରୀ ଡା.ଦିନେଶ ଶର୍ମା ଓ ମନ୍ତ୍ରୀ ଶ୍ରୀ ସ୍ବତନ୍ତ୍ର ଦେବ ସିଂ ଘଟଣାର ଯାଞ୍ଚ କରୁଛନ୍ତି ।

tweet
ଫଟୋ ସୌଜନ୍ୟ:@narendramodi

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.