ETV Bharat / bharat

ଆରପାରିରେ ପାରିକର, ଅନ୍ତିମ ଦର୍ଶନ କଲେ ପ୍ରଧାନମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ - PM Modi

ପାରିକରଙ୍କ ପାର୍ଥିବ ଶରୀର ଗୋଆ ବିଜେପି କାର୍ଯ୍ୟାଳୟରେ ରଖାଯାଇଛି । ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାସହ ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତା ସେଠାରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Mar 18, 2019, 11:36 PM IST

ପାନାଜୀ: ଦୁନିଆରୁ ବିଦାୟ ନେଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ଦୀର୍ଘଦିନରୁ କର୍କଟ ରୋଗରେ ପୀଡିତ ଥାଇ ୬୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ । ସୋମବାର ଗୋଆରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ତାଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ବନା ଦେଇଛନ୍ତି ପିଏମ ।

ପାରିକରଙ୍କ ପାର୍ଥିବ ଶରୀର ଗୋଆ ବିଜେପି କାର୍ଯ୍ୟାଳୟରେ ରଖାଯାଇଛି । ମୋଦିଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାସହ ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତା ସେଠାରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପାରିକରଙ୍କୁ ରାଜନୀତିରେ ମିଷ୍ଟର କ୍ଲିନ କୁହାଯାଉଥିଲା । ତାଙ୍କର ନିର୍ମଳ ପ୍ରତିଛବି ଯୋଗୁଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ପ୍ରଦାନ କରିଥିଲେ । ପାରିକର ୪ ଥର ଗୋଆର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଥିବାବେଳେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତ । ଏହାସହ ତାଙ୍କ କାର୍ଯ୍ୟକାଳରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ଫ୍ରାନ୍ସ ସହ କରାଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.