ETV Bharat / bharat

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶଙ୍ଖନାଦ କଲେ ମୋଦି - ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ

ପ୍ରଧାନମନ୍ତ୍ରୀ ମୋଦି ଭର୍ଚୁଆଲ ଭାବରେ ପଶ୍ଚିମବଙ୍ଗ ଦୁର୍ଗାପୂଜା ମଣ୍ଡପର ଉଦଘାଟନ କରିବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଦୁର୍ଗା ଷଷ୍ଠୀରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶଙ୍ଖନାଦ କଲେ ପିଏମ ମୋଦି

author img

By

Published : Oct 22, 2020, 5:20 PM IST

Updated : Oct 22, 2020, 9:05 PM IST

କୋଲକାତା: ଦୁର୍ଗାପୂଜା କାର୍ଯ୍ୟକ୍ରମରେ ସାମଲ ହୋଇ ପଶିମବଙ୍ଗ ବିଧାନସଭା ନିର୍ବାଚନର ଶଙ୍ଖନାଦ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭର୍ଚୁଆଲ ଭାବରେ ପଶ୍ଚିମବଙ୍ଗ ଦୁର୍ଗାପୂଜା ମଣ୍ଡପର ଉଦଘାଟନ କରିବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି ।

ମୋଦି ବଙ୍ଗାଳୀ ଭାଷାରେ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପଶ୍ଚିମବଙ୍ଗରେ ଆତ୍ମନିର୍ଭର ଭାରତର ଭୂମିକା ଓ କେନ୍ଦ୍ରସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣରେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ବିକାଶମୂଳକ କାର୍ଯ୍ୟ ସହ ଆତ୍ମନିର୍ଭର ଭାରତର ସଂକଳ୍ପ ନେଇ କେନ୍ଦ୍ର ସରକାର ଆଗକୁ ବଢୁଛନ୍ତି। ଆତ୍ମନିର୍ଭର ଭାରତରୁ ସୁନାର ବଙ୍ଗଳା ସ୍ବପ୍ନ ପୂରଣ ହେବ । ସରକାର ଏଥିପାଇଁ କାର୍ଯ୍ୟ କରୁଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗକୁ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସୁବିଧା ବିଷୟରେ କହିଥିଲେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପଶ୍ଚମବଙ୍ଗର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 30 ଲକ୍ଷ ଘର ନିର୍ମାଣ କରାଯାଇଛି । ଉଜ୍ବଳା ଯୋଜନା ଅଧୀନରେ 90 ଲକ୍ଷ ମହିଳାଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି । ରାଜ୍ୟରେ ଚାରି କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ସେହିପରି କୋଲକାତାରେ ମେଟ୍ରୋ ପ୍ରକଳ୍ପ ତ୍ବରାନ୍ବିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଥର ବଙ୍ଗଳୀ ଭାଷାରେ ସନ୍ଦେଶ ଦେଇଥିଲେ । ଶେଷରେ କହିଥିଲେ ଯେ ଯଦି ସେ କୌଣସି ଭୁଲ କରିଛନ୍ତି, ତେବେ ଦୁଃଖିତ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦୁର୍ଗା ପୂଜାରେ ମହିଳା ଶକ୍ତିର ବାର୍ତ୍ତା ନେଇ ପଶ୍ଚିମବଙ୍ଗ ଆଗକୁ ବଢୁଛି । ବିଜେପି ମଧ୍ୟ ଏହି ମନ୍ତ୍ର ସହିତ ଆଗକୁ ବଢୁଛି । ମହିଳା ସଶକ୍ତିକରଣକୁ କେନ୍ଦ୍ର ସରକାର ଆଗକୁ ନେଉଥିବା ସେ କହିଛନ୍ତି ।

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ପଶ୍ଚିମବଙ୍ଗ ଦଖଲ କରିବାକୁ ଏହା ଉପରେ ନଜର ନଜର ରଖିଛି ଭାରତୀୟ ଜନତାପାର୍ଟି। ଏହାରି ମଧ୍ୟରେ ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ମୋଦି ଏକ ପ୍ରକାର ବିଗୁଲ ଫୁଙ୍କିଥିବା କୁହାଯାଇପାରେ । ଏହି କାର୍ଯ୍ୟକ୍ରମ ପରେ ଆଗାମୀ ଦିନରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ପଶ୍ଚିମବଙ୍ଗ ଗସ୍ତ କରିବେ ।

Last Updated : Oct 22, 2020, 9:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.