ଟେକ୍ସାସ: 50,000 ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ସେପ୍ଟେମ୍ବର 22ରେ 'ହାୱଡି ମୋଦି' ନାମକ ଏକ କାର୍ଯ୍ୟକ୍ରମରେ ମୋଦି ତାଙ୍କର ଅଭିଭାଷଣ ରଖିବେ । ହଷ୍ଟନର ଏନଆରଜି ଷ୍ଟାଡିୟମରେ ଭାରତ-ଆମେରିକା ସମ୍ପ୍ରଦାୟର ଲୋକଙ୍କୁ କରିବେ ସମ୍ବୋଧନ ।
ସେପ୍ଟେମ୍ବର 22ରେ ଟେକ୍ସାସ ଇଣ୍ଡିଆ ଫୋରମ ଓ ପ୍ରବାସୀ ଭାରତୀୟଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ସଂଯୁକ୍ତ ରାଷ୍ଟ୍ର ଯୋଗ ଦେଇପାରନ୍ତି । ଏନଆରଜି ଷ୍ଟାଡିୟମରେ ଭାରତୀୟ-ଆମେରିକା ସମ୍ପ୍ରଦାୟର ସବୁଠୁ ବଡ ସମ୍ମିଳନୀ ହେବାକୁ ଯାଉଛି । ଯେଉଁଥିରେ ପ୍ରବାସୀ ଭାରତୀୟଙ୍କ ସହ ସ୍ଥାନୀୟ ଆମେରିକାବାସୀ ବଡ ସଂଖ୍ୟାରେ ଯୋଗଦେବେ ।
ତେବେ ଏହି ସମ୍ମିଳନୀର ଟ୍ୟାଗ ଲାଇନ ହେଉଛି ଉଜ୍ଜଳ ଭବିଷ୍ୟତ ଓ ସ୍ବପ୍ନ ସାକାର କରିବା । ସମ୍ମିଳନୀର ଲକ୍ଷ୍ୟ ହେଉଛି ଉଭୟ ଦେଶର ଲୋକଙ୍କୁ ଏକାଠି କରି ବୃହତ ଗଣତନ୍ତ୍ରର ଏକ ନୂତନ ପରିଚୟ ଦେବା ।