ନୂଆଦିଲ୍ଲୀ: ମିଳିତ ଜାତିସଂଘର 75 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ବିଗତ 75 ବର୍ଷ ମଧ୍ୟରେ ଜାତିସଂଘ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି । ଭର୍ଚ୍ଚୁଆଲ ପ୍ଲାଟଫାର୍ମ ମାଧ୍ୟମରେ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତ ଏକ ଏପରି ଦେଶ ଯିଏ ସର୍ବଦା ବିଶ୍ବର କଲ୍ୟାଣ ପାଇଁ ପ୍ରୟାସ ଏବଂ ପ୍ରଚେଷ୍ଟା ଜାରି ରଖିଛି । ବିଶ୍ବ ମହାମାରୀ ସହ ଲଢୁଥିବା ବେଳେ ଭାରତ ମହାମାରୀ ସମେତ ଦେଶବାସୀଙ୍କୁ ଆତ୍ମନିର୍ଭର କରିବାକୁ ଆହ୍ବାନ ଦେଇଛି ।
ଭାରତ ନିଜ ସଂସ୍କୃତି ମୁଲ୍ୟ ବୋଧ ପରମ୍ପରାକୁ ନେଇ ଆଗୁକୁ ବଢୁଛି । ଆମେ କେବଳ ଭାରତର ସ୍ବାର୍ଥ ପାଇଁ କାମ କରୁନାହିଁ ସମଗ୍ର ମାନବ କଲ୍ୟାଣ ପାଇଁ କାମ କରୁଛୁ । ସେହିପରି ଯେତେବେଳେ ମହାମାରୀରେ ବିଶ୍ବ ଜୁଝୁଛି କୁଆଡେ ଗଲା ଜାତିସଂଘର ଭୂମିକା । ସେନେଇ ପ୍ରଶ୍ନ ଉଠାଇଛନ୍ତି ମୋଦି । ବିଶ୍ବଶାନ୍ତି ପାଇଁ ଆମର ଅଧିକ ଯବାନ ବଳିଦାନ ଦେଇଛନ୍ତି । ଆମେ ଯେବେ ଶକ୍ତିଶାଳୀ ଥିଲୁ ବିଶ୍ବପାଇଁ ଅନ୍ୟାୟ କରିନାହୁଁ । ଯେବେ ଦୁର୍ବଳ ଥିଲୁ ବିଶ୍ବପାଇଁ ବୋଝ ହୋଇନାହୁଁ । ଏହାସତ୍ବେ ଭାରତକୁ କାହିଁକି ଉପେକ୍ଷା କରାଯାଉଛି । ଭାରତ ସଦା ସର୍ବଦା ବିଶ୍ବ କଲ୍ୟାଣ ପାଇଁ କାମ କରିଆସୁଛି । କିନ୍ତୁ ଜାତିସଂଘ ନିଜ କାର୍ଯ୍ୟ ଧାରାରେ କାହିଁକି ସଂସ୍କାର କରୁନାହିଁ ।ଜାତିସଂଘ ନିଷ୍ପତ୍ତି ଗ୍ରହଣ ତାଲିକାରେ ଭାରତକୁ ସାମିଲ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ମୋଦି ।
ଅନ୍ୟପଟେ ମହାମାରୀକୁ ନେଇ ଭାରାତର ଭୂମିକ ପ୍ରସଙ୍ଗରେ ମୋଦିଙ୍କ ଉଦବୋଧନ । 150 ଦେଶକୁ ଆବଶ୍ୟକ ଔଷଧ ସାମଗ୍ରୀ ଯୋଗାଇଛୁ । ଆମର ଭ୍ୟାକ୍ସିନ ଉପଲବ୍ଧ ହେଲେ ଖାଲି ଭାରତ ନୁହେଁ ବଂର ମାନବ ଜାତି ପାଇଁ ବ୍ୟବହାର ହେବ । ସେପଟେ ଭାରତରେ କାର୍ଯ୍ୟକାରୀ ହେଉଥିବା ଯୋଜନା, ଭିତ୍ତିଭୂମି ଓ ମହିଳା ସଶକ୍ତିରଣକୁ ନେଇ ମଧ୍ୟ ରଖିଲେ ମତ । 2025 ସୁଦ୍ଧା ଭାରତରୁ ଟିବି ମୁକ୍ତ କରିବା ଲକ୍ଷ୍ୟ ଥିବା କହିଲେ ମୋଦି ।
ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ କେବେ ନିଜର ସ୍ବାର୍ଥ ଦେଖିନି ବରଂ ବିଶ୍ବବାସୀଙ୍କ ସ୍ବାର୍ଥ ପାଇଁ କାମ କରିଆସିଛି । ବିଶ୍ବରେ ଶାନ୍ତି ଓ ସ୍ଥିରତା ସ୍ଥାପନ ଦିଗରେ କାର୍ଯ୍ୟ ଜାରି ରଖିଛି । ବନ୍ଧୁତ୍ବ ପାଇଁ ସର୍ବଦା ହାତ ବଢାଇଛୁ । କୌଣସି ରାଷ୍ଟ୍ରକୁ ଥରେ ବନ୍ଧୁ ଭାବେ ଗ୍ରହଣ କରିବା ପରେ, ସର୍ବଦା ତା ବିକାଶ ପାଇଁ କାର୍ଯ୍ୟ କରିଛୁ, ବିନାଶ ପାଇଁ ନୁହେଁ । ମହାମାରୀ ସମୟରେ ମଧ୍ୟ ଭାରତ ବିଶ୍ବର 150 ଦେଶକୁ ଔଷଧ ବିତରଣ କରିଛି । କେବଳ ବିଶ୍ବରେ ଶାନ୍ତି ସ୍ଥାପନ ପାଇଁ ଭାରତ ତାହାର ଅନେକ ବୀର ଯବାନଙ୍କୁ ହରାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଦୀର୍ଘ 75 ବର୍ଷ ଭିତରେ ଜାତିସଂଘ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି । ଅନେକ ବାଧାବିଘ୍ନ ଦେଇ ଗତି କରିଛି । ତଥାପି ଅଟକିନି କିମ୍ବା ଥକି ଯାଇନି । ତୃତୀୟ ବିଶ୍ବଯୁଦ୍ଧ ହୋଇନି କିନ୍ତୁ ଅନେକ ଯୁଦ୍ଧ ହୋଇ ସାରିଛି । ସେହିପରି ମୋଦି କହିଛନ୍ତି ଜାତିସଂଘରେ ସନ୍ତୁଳନ ଓ ସଶକ୍ତିକରଣ ବିଶ୍ବ କଲ୍ୟାଣ ପାଇଁ ଅନିବାର୍ଯ୍ୟ । କିନ୍ତୁ କୋରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ