ETV Bharat / bharat

ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ମିଳିବ 30ପ୍ରତିଶତ କମ ଦରମା, ବାତିଲ ହେଲା ସାଂସଦ ପାଣ୍ଠି - 30 ପ୍ରତିଶତ କମ ବେତନ

କୋରୋନା ମୁକାବିଲାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନେ ଗୋଟିଏ ବର୍ଷ ପାଇଁ 30 ପ୍ରତିଶତ କମ ବେତନ ପାଇବେ । ଏନେଇ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ଅଧିକ ପଢନ୍ତୁ...

pm ministers mps to get 30 pc less salary, mplad funds suspended for 2 years
ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ମିଳିବ 30ପ୍ରତିଶତ କମ ଦରମା, ବାତିଲ ହେଲା ସାଂସଦ ପାଣ୍ଠି
author img

By

Published : Apr 6, 2020, 10:09 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନେ ଗୋଟିଏ ବର୍ଷ ପାଇଁ 30 ପ୍ରତିଶତ କମ ବେତନ ପାଇବେ । ଏନେଇ ସୋମବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ।

କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଜାଭଡେକର କହିଛନ୍ତି, ‘ସାଂସଦଙ୍କ ଦରମା, ଭତ୍ତା ଓ ପେନସନ ଆକ୍ଟ 1954କୁ ସଂଶୋଧନ କରାଯାଇ ଦରମାକୁ ହ୍ରାସ କରାଯାଇଛି । ଏନେଇ ଥିବା ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁର କରିଛି । ଏହା ଏପ୍ରିଲ1ରୁ ଏକ ବର୍ଷ ପାଇଁ କାର୍ଯ୍ୟକାରୀ ହେବ |’

ସେହିପରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳମାନେ ମଧ୍ୟ ସ୍ବେଚ୍ଛାକୃତ ଭାବରେ ବେତନ କାଟକୁ ଗ୍ରହଣ କରିଥିବା ଜାଭଡେକର କହିଛନ୍ତି । ଏହି ଅର୍ଥ ଭାରତର ସଂଯୋଜିତ ପାଣ୍ଠିକୁ ଯିବ ।

ସେ ଆହୁରି ମଧ୍ୟ କହିଛନ୍ତି, ସ୍ବାସ୍ଥ୍ୟ ପରିଚାଳନା ତଥା ଭାରତରେ କୋରୋନା ପ୍ରଭାବକୁ ରୋକିବା ପାଇଁ 2020-21 ଓ 2021-22 ମଧ୍ୟରେ ସାଂସଦଙ୍କ ଏମପି ଲାଡ ପାଣ୍ଠିର ସାମୟିକ ନିଲମ୍ବନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଦୁଇ ବର୍ଷ ପାଇଁ ଏମପି ଲାଡ ପାଣ୍ଠିର ମୋଟ 7,900 କୋଟି ଟଙ୍କା ଭାରତର ସଂଯୋଜିତ ପାଣ୍ଠିକୁ ଯିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.