ETV Bharat / bharat

‘ମାନସିକ ଭାରସାମ୍ୟ ହରାଇଛନ୍ତି ମୋଦି’ - Chattisgarh

ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ 'ଭ୍ରଷ୍ଟାଚାରୀ ନମ୍ବର-୧' କହିବା ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ସେ କହିଛନ୍ତି ମୋଦି ନିଜର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ତାଙ୍କୁ ଅତିଶୀଘ୍ର ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରିବା ଜରୁରୀ ।

ଫାଇଲ ଫଟୋ
author img

By

Published : May 7, 2019, 2:11 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଭିନ୍ନ ଢଙ୍ଗରେ ସମାଲୋଚନା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ 'ଭ୍ରଷ୍ଟାଚାରୀ ନମ୍ବର-୧' କହିବା ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ବଘେଲ । ସେ କହିଛନ୍ତି ମୋଦି ନିଜର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ତାଙ୍କୁ ଅତିଶୀଘ୍ର ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରିବା ଜରୁରୀ ।

ବଘେଲ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବା ସମୟରେ ମୋଦିଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯେ ରାଜୀବ ଗାନ୍ଧୀଙ୍କର ଦେଶକୁ ଅବଦାନ ଅତୁଳନୀୟ । ଦେଶକୁ ସୂଚନା-ପ୍ରଯୁକ୍ତି ବିଦ୍ୟା ଓ ପଞ୍ଚାୟତି ରାଜ୍‌ ରାଜୀବଙ୍କ ଅବଦାନ । ଦେଶ ପାଇଁ ରାଜୀବ ଗାନ୍ଧୀ ବଳିଦାନ ଦେବା ସହ ଜଣେ ଭାରତ ରତ୍ନରେ ସମ୍ମାନିତଙ୍କ ପ୍ରତି ଏଭଳି ବୟାନ କେବଳ ଜଣେ ମାନସିକ ସ୍ଥିତି ଠିକ୍‌ ନଥିବା ବ୍ୟକ୍ତି ଦେଇପାରେ ବୋଲି କହିଛନ୍ତି ବଘେଲ ।

ସେ ଆହୁରି ବି କହିଛନ୍ତି କି ମୋଦି ଦିନକୁ ମାତ୍ର ୩ରୁ ୪ ଘଣ୍ଟା ଶୋଉଛନ୍ତି । ନିଦ୍ରା ଅଭାବ ଜନିତ ରୋଗ ମୋଦିଙ୍କୁ ଗ୍ରାସ କରିଛି । ଉଚିତ୍‌ ପରିମାଣରେ ଶୋଉ ନଥିବାରୁ ପ୍ରଧାନମନ୍ତ୍ରୀଙ୍କ ମାନସିକ ସ୍ଥିତି ବିଗିଡି ଗଲାଣି ଫଳରେ ସେ ଏପରି ବୟାନ ଦେଇଥିବା କହିଛନ୍ତି ବଘେଲ ।

ଏଠାରେ ସୂଚନା ଯୋଗ୍ୟ ଯେ ଗତମାସରେ ଭୂପେଶ ବଘେଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚିଠି ଦେବା ସହ ଉପହାର ସ୍ବରୂପ ଏକ ଦର୍ପଣ ପଠାଇଥିଲେ । ମୋଦି ଦର୍ପଣକୁ ନିଜ ବାସଭବନରେ ଲଗାଇ ଯିବା ଆସିବା ସମୟରେ ନିଜ ପ୍ରକୃତ ଚେହେରା ଦେଖିବା ପାଇଁ ପରାମର୍ଶ ଦେଇଥିଲେ ।

Intro:Body:

fd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.