ETV Bharat / bharat

ପ୍ରଥମ 5 ଦିନରେ ପିଏମ୍ କେୟାର ଫଣ୍ଡକୁ ଆସିଥିଲା ୩,୦୭୬ କୋଟି ଟଙ୍କା - ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟ କରିବା ଏବଂ କୋରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ‘ପିଏମ୍ କେୟାର ଫଣ୍ଡ’ ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଥିଲେ। ଯେଉଁଥିରେ ପ୍ରଥମ 5 ଦିନରେ ଆସିଥିଲା ୩,୦୭୬ କୋଟି ଟଙ୍କା । ଅଧିକ ପଢନ୍ତୁ...

ପ୍ରଥମ 5 ଦିନରେ ପିଏମ୍ କେୟାର ଫଣ୍ଡକୁ ଆସିଥିଲା ୩,୦୭୬ କୋଟି ଟଙ୍କା

author img

By

Published : Sep 2, 2020, 4:55 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO),ପିଏମ୍ କେୟାର ଫଣ୍ଡ ବିଷୟରେ ସୂଚନା ସାର୍ବଜନୀନ କରିଛି। ଏହି ଅନୁଯାୟୀ, ଏହି ପାଣ୍ଠି ଗଠନ ହେବାର ପ୍ରଥମ ପାଞ୍ଚ ଦିନ ମଧ୍ୟରେ ଏଥିରେ 3,076 କୋଟି ଟଙ୍କା ଜମା କରାଯାଇଥିଲା। ଏହି ସୂଚନା 2019-20 ଆର୍ଥିକ ବର୍ଷ ପାଇଁ ପ୍ରଥମ ଅଡିଟ୍ ରିପୋର୍ଟରୁ ଗ୍ରହଣ କରାଯାଇଛି ଏବଂ ପିଏମ୍ କେୟାର ଫଣ୍ଡ ଦ୍ୱାରା ଜମା କରାଯାଇଛି । ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟ କରିବା ଏବଂ କୋରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ‘ପିଏମ୍ କେୟାର ଫଣ୍ଡ’ ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଥିଲେ।

କୋରୋନା ସଙ୍କଟର ମୁକାବିଲା ପାଇଁ ମାର୍ଚ୍ଚ 27 ରେ 2.25 ଲକ୍ଷ ଟଙ୍କା ପ୍ରାରମ୍ଭିକ ପାଣ୍ଠି ସହିତ ଏହି ପାଣ୍ଠି ପ୍ରତିଷ୍ଠା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଦେଶର ଲୋକମାନେ ସ୍ବେଚ୍ଛାକୃତ ଭାବରେ 31 ମାର୍ଚ୍ଚ 2020 ପର୍ଯ୍ୟନ୍ତ ପ୍ରଥମ ପାଞ୍ଚ ଦିନ ମଧ୍ୟରେ ଏହି ପାଣ୍ଠିକୁ 3,075.8 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅବଶ୍ୟ, ଏହି ରିପୋର୍ଟ 27 ମାର୍ଚ୍ଚରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ପାଞ୍ଚ ଦିନର ଅଟେ ଏବଂ ପରବର୍ତ୍ତୀ ରିପୋର୍ଟ ଏହି ଆର୍ଥିକ ବର୍ଷର ସମାପ୍ତି ପରେ ଅର୍ଥାତ୍ ଏପ୍ରିଲ୍ 2021 କିମ୍ବା ପରେ ଆସିପାରେ । ତେବେ କେଉଁ ବ୍ୟକ୍ତି ଏହି ରାଶି ଦେଇଛନ୍ତି ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରି ନାହିଁ ।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୭ରୁ ମାର୍ଚ୍ଚ ୩୧ମଧ୍ୟରେ ପିଏମ୍ କେଆର୍ସ ଫଣ୍ଡକୁ ୩,୦୭୬ କୋଟି ଟଙ୍କା ଆସିଥିଲା । ମାର୍ଚ୍ଚ ୩୧ମଧ୍ୟରେ ଭାରତ ଏବଂ ବିଦେଶରୁ ମୋଟ ୩,୦୭୬ କୋଟି ଟଙ୍କାର ଦାନ ଗ୍ରହଣ କରାଯାଇଥିବା ଜଣା ପଡ଼ିଛି । ୩,୦୭୬କୋଟି ମଧ୍ୟରୁ, ୩,୦୭୫.୮୫ କୋଟି ଘରୋଇ ସ୍ବେଚ୍ଛାକୃତ ଅବଦାନରୁ ଆସିଥିବା ବ‌େଳେ ୩୯.୬୭ଲକ୍ଷ ବିଦେଶୀ ଅବଦାନ ଥିଲା ବୋଲି ସ୍ପଷ୍ଟ ହୋଇଛି । ପିଏମ୍ କେୟାର ଫଣ୍ଡକୁ SARC ଏବଂ ଆସୋସିଏଟ୍ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଅଡିଟ୍ କରାଯାଇଛି ଏବଂ ଚାରିଜଣ ପ୍ଏମଓ ଅଧିକାରୀ ମଧ୍ୟ ଏଥିରେ ଦସ୍ତଖତ କରିଛନ୍ତି । ଏହି ଦସ୍ତଖତକାରୀଙ୍କ ମଧ୍ୟରେ ସଚିବ କେ ପରଦେଶ, ଡେପୁଟି ସେକ୍ରେଟେରୀ ହାର୍ଦ୍ଦିକ ଶାହା, ଅଣ୍ଡର ସେକ୍ରେଟେରୀ ପ୍ରଦୀପ କୁମାର ଶ୍ରୀବାସ୍ତବ, ବିଭାଗ ଅଧିକାରୀ ପ୍ରଭେଶ କୁମାର ସାମିଲ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.