ETV Bharat / bharat

‘ଜନତା କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ - janta curfew on march 22

ଦେଶରେ କୋରୋନା ସଂକ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆସନ୍ତା ମାର୍ଚ୍ଚ 22 ତାରିଖରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଆହ୍ବାନ କରିଛନ୍ତି । ଅଧିକ ପଢନ୍ତୁ...

pm appeals to citizens to follow janta curfew on march 22
‘ଜନତା କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ
author img

By

Published : Mar 19, 2020, 10:41 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆସନ୍ତା ମାର୍ଚ୍ଚ 22 ତାରିଖରେ ‘ଜନତା କର୍ଫ୍ୟୁ’ପାଳନ କରିବାକୁ ଆହ୍ବାନ କରିଛନ୍ତି । କୋରୋନା ସଂପର୍କରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ ଏହା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଦେଶର ପ୍ରତ୍ୟେକ ନାଗରିକ ମାନଙ୍କ ଠାରୁ ସମର୍ଥନ ଚାହୁଁଛି । ଏହା ପବ୍ଲିକ କର୍ଫ୍ୟୁ । ଜନତା କର୍ଫ୍ୟୁର ଅର୍ଥ ହେଉଛି- ଯେଉଁ କର୍ଫ୍ୟୁ ଜନତା ମାନେ ନିଜ ଉପରେ ଲାଗୁ କରିଥାନ୍ତି । ଦେଶର ପ୍ରତ୍ୟେକ ନାଗରିକ ଆସନ୍ତା ରବିବାର, ମାର୍ଚ୍ଚ 22 ତାରିଖ ସକାଳ 7ରୁ ରାତି 9ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ପାଳନ କରିବା ଆବଶ୍ୟକ । ’

ଯଦି ସମ୍ଭବ ହୁଏ, ତେବେ ଅତିକମରେ 10 ଜଣ ଲୋକଙ୍କୁ ପ୍ରତ୍ୟେକ ଦିନ ଫୋନ କରିବା ସହ ଜନତା କର୍ଫ୍ୟୁ ଓ କୋରୋନା ସତର୍କତା ସଂପର୍କରେ ସେମାନଙ୍କୁ କୁହନ୍ତୁ । ଏହା ଦ୍ବାରା କୋରୋନା ଭୂତାଣୁକୁ ରୋକି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ସାମାଜିକ ବ୍ୟବଧାନ କୋରୋନାକୁ ରୋକିବାରେ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଏହା ଦ୍ବାରା କୋରୋନାର ପ୍ରଭାବକୁ ରୋକାଯାଇପାରିବ । ଆମ ପରିବାରର ବରିଷ୍ଠ ନାଗରିକ ମାନଙ୍କୁ ଘରୁ ବାହାରକୁ ଯିବା ଉଚିତ ନୁହେଁ । ଏପରିକି ଜରୁରୀ କାମ ନଥିଲେ କେହି ଘରୁ ବାହାରକୁ ଯାଆନ୍ତୁ ନାହିଁ । ଘରୁ ସମସ୍ତ କାମ କରିବାକୁ ଚେଷ୍ଟା କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି କୋରୋନାକୁ ରୋକିବାକୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଉପାୟ କିମ୍ବା ପ୍ରତିଷେଧକ ବାହାର କରାଯାଇପାରିନାହିଁ । ତେଣୁ ବିଶ୍ବ ଏକ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି । ତେଣୁ ସମସ୍ତ ଜନ ସାଧାରଣ ସଂକ୍ରାମକ କୋରୋନା ସହ ଜୁଝୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଯେତେବେଳେ କୌଣସି ପ୍ରାକୃତିକ ସଂକଟ ଆସେ ଏହା ନିର୍ଦ୍ଦିଷ୍ଟ ଦେଶ ବା ରାଜ୍ୟ ମଧ୍ୟରେ ସୀମିତ ଥାଏ । ହେଲେ ଏଥିରେ ବିଶ୍ବର ମାନବ ସମାଜକୁ ସଂକଟରେ ପକାଇଛି । ଏହି ଦୁଇ ମାସ ମଧ୍ୟରେ 130 କୋଟି ଭାରତୀୟ କୋରୋନା ସହ ଲଢିବାର ସାମର୍ଥ୍ୟ ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ । ତେଣୁ ସମସ୍ତ ଭାରତୀୟ ଏଥିପାଇଁ ସରତ୍କ ରହିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.