ETV Bharat / bharat

ନିର୍ବାଚନୀ ମଞ୍ଚରୁ ମୋଦିଙ୍କ ଅପିଲ, ପାର୍ବଣରେ ଲୋକାଲ କିଣିବାକୁ ଅନୁରୋଧ - ପ୍ରଧାନମନ୍ତ୍ରୀ ମୋଦି

ପାର୍ବଣର ଏହି ଅବସରରେ ଲୋକାଲ ଅର୍ଥାତ ସ୍ଥାନୀୟ ଜିନିଷ କିଣନ୍ତୁ ବୋଲି କହିଛନ୍ତି ମୋଦି । ଏହି ରାଲିରେ ଆତ୍ମନିର୍ଭର ବିହାରର ଓ ଭୋକାଲ ଫର ଲୋକାଲ ନାରାକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ନିର୍ବାଚନୀ ମଞ୍ଚରୁ ମୋଦିଙ୍କ ଅପିଲ, ପାର୍ବଣରେ ଲୋକାଲ କିଣିବାକୁ ଅନୁରୋଧ

author img

By

Published : Oct 23, 2020, 6:34 PM IST

ପାଟନା: ବିହାର ନିର୍ବାଚନରେ ବିକାଶର ଏଜେଣ୍ଡାକୁ ନେଇ ଆଗକୁ ବଢୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଗଲପୁର ରାଲିରେ ଜନସାଧାରଣଙ୍କୁ କରିଛନ୍ତି ଏକ ଖାସ ଅପିଲ । ପାର୍ବଣର ଏହି ଅବସରରେ ଲୋକାଲ ଅର୍ଥାତ ସ୍ଥାନୀୟ ଜିନିଷ କିଣନ୍ତୁ ବୋଲି କହିଛନ୍ତି ମୋଦି । ଏହି ରାଲିରେ ଆତ୍ମନିର୍ଭର ବିହାରର ଓ ଭୋକାଲ ଫର ଲୋକାଲନାରାକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ।

ନିର୍ବାଚନୀ ମଞ୍ଚରୁ ମୋଦିଙ୍କ ଅପିଲ, ପାର୍ବଣରେ ଲୋକାଲ କିଣିବାକୁ ଅନୁରୋଧ

ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ସବରେ କେବଳ ଲୋକାଲ ହିଁ କିଣନ୍ତୁ । ତେବେ ଏହି ସମୟରେ ସେ ଭାଗଲପୁରର ସିଲ୍କ ଶାଢୀ, ମଞ୍ଜୁସା ପେଣ୍ଟିଂ ଏବଂ ଅନ୍ୟ ଉତ୍ପାଦ ବିଷୟରେ କହି ଏହାର ସମର୍ଥନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମାଟି ପାତ୍ର, ଦୀପ ଓ ଖେଳନା ନିଶ୍ଚିତ କିଣନ୍ତୁ । ଆମେ ଯଦି ମିଳିମିଶି ଚେଷ୍ଟା କରିବା ତାହେଲେ ବିହାର ନିଶ୍ଚୟ ଆତ୍ନନିର୍ଭର ହେବ । ଏହା ପୂର୍ବରୁ ଅନେକ କାର୍ଯ୍ୟକ୍ରମରେ ବିହାର ସ୍ଥାନୀୟ ଉତ୍ପାଦ ସମ୍ପର୍କରେ କହିଆସିଛନ୍ତି ପ୍ରଧାନମନ୍ତ୍ରୀ । ମନ କି ବାତ କାର୍ଯ୍ୟକ୍ରମରେ ମୋଦି ମଧୁବନୀ ପେଣ୍ଟିଂ ଓ ଏହାର ଡିଜାଇନରେ ତିଆରି ମାସ୍କର ଅନେକ ପ୍ରଶଂସା କରିଥିଲେ ।

କେନ୍ଦ୍ର ସରକାର ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଅଭିଯାନ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ 'ଭୋକାଲ୍ ଫର୍ ଲୋକାଲ୍' ମନ୍ତ୍ର ଦେଇଛନ୍ତି। ପ୍ରାୟତଃ ପାର୍ବଣ ଋତୁରେ ଚୀନର ଉତ୍ପାଦଗୁଡ଼ିକର ଚାହିଦା ବଢି ଚାଲିଛି, କିନ୍ତୁ ସୀମାରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସ୍ଥାନୀୟ ଉତ୍ପାଦକୁ ଗୁରତ୍ତ୍ବ ଦେବାକୁ ଅନୁରୋଧ କରୁଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବ୍ୟତୀତ ଭାରତୀୟ ଜନତା ପାର୍ଟି ବିହାର ନିର୍ବାଚନର ଘୋଷଣା ପତ୍ରରେ ଆତ୍ମନିର୍ଭର ବିହାରର ଏକ ସ୍ଲୋଗାନ ଦେଇଛି । ଏହା ଅଧୀନରେ ବିହାରରେ ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରାଯିବ ବୋଲି କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.