ETV Bharat / bharat

ଭବିଷ୍ୟତରେ କୋରୋନା ବିପଦ ଦୂରେଇବ ବିକାଶଶୀଳ ରାଷ୍ଟ୍ରରେ ସାମାଜିକ ଦୂରତ୍ବ - ସାମାଜିକ ଦୂରତ୍ବ

ବିଶ୍ବ ଜନସଂଖ୍ୟାର 55 ପ୍ରତିଶତ ଅର୍ଥାତ 4 ବିଲିୟନ ଲୋକ ସାମାଜିକ ଦୂରତ୍ବଠାରୁ ଦୂରରେ ଅଛନ୍ତି । ଆର୍ଥିକ ସମସ୍ୟା ଓ ବେରୋଜଗାର ଦୂର କରିବାବେଳେ ଯେପରି ଏହି ନିୟମ ଲାଗୁ ରହେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରମ ସଂସ୍ଥା କହିଛି । ଅଧିକ ପଢନ୍ତୁ...

ଭବିଷ୍ୟତରେ କୋରୋନା ବିପଦ ଦୂରେଇବ ବିକାଶଶୀଳ ରାଷ୍ଟ୍ରରେ ସାମାଜିକ ଦୂରତ୍ବ

author img

By

Published : May 17, 2020, 1:10 AM IST

ହାଇଦ୍ରାବାଦ: କୋଭିଡ 19 ମହାମାରୀ ଯୋଗୁଁ ବିଶ୍ବବ୍ୟାପୀ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ସମସ୍ତ ରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି । ମୁକାବିଲା ପାଇଁ ସମସ୍ତେ ଲକଡାଉନ ସହ ସାମାଜିକ ଦୂରତ୍ବ ପାଳିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଏହି ମହାମାରୀ ଯୋଗୁଁ ସମସ୍ତ ବିକାଶଶୀଳ ରାଷ୍ଟ୍ରରେ ସୋସିଆଲ ପ୍ରୋଟେକ୍ସନ କଭରେଜର ବିଧ୍ବଂସକାରୀ ଚିତ୍ର ସାମନାକୁ ଆସିଛି । ଯାହାକୁ ବଜାୟ ରଖିବା ଭବିଷ୍ୟତ ପିଢି ପାଇଁ ଉପକାରୀ ହେବ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା କହିଛି । ଏକ ନୂଆ ବିଶ୍ଲେଷଣ ଅନୁସାରେ ସବୁ ବିକାଶଶୀଳ ରାଷ୍ଟ୍ର ଏହି ସାମାଜିକ ଦ୍ବରତ୍ବକୁ କଡାକଡି ଭାବେ ପାଳନ କରିବା ଉଚିତ । ଭବିଷ୍ୟତରେ ମଧ୍ୟ ଏହି ନିୟମ କଠୋର ଭାବେ ଲାଗୁ ହେବା ଆବଶ୍ୟକ । ବିଶେଷ କରି ବିକାଶଶୀଳ ରାଷ୍ଟ୍ରରେ ଏହାକୁ ସମସ୍ତେ ମାନିବା ଉଚିତ । ଏହାକୁ ମାନିବା ଦ୍ବାରା ଭବିଷ୍ୟତରେ କୋରୋନା ଭଳି ଅନେକ ବିପଦକୁ ମୁକାବିଲା କରାଯାଇପାରିବ ।

ସଂସ୍ଥା ପକ୍ଷରୁ ଏହା ଉପରେ 2ଟି ପେପର ରିଲିଜ କରାଯାଇଛି । ଏଥିରେ କୁହାଯାଇଛି ଯେ ସାମାଜିକ ଦୂରତ୍ବ ଲାଗୁରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ମହାମାରୀ ସହ ଲଢିବାବେଳେ ଅସୁବିଧା ସୃଷ୍ଟି କରିପାରେ । ସେହିପରି ଭବିଷ୍ୟତରେ ଅଧିକ ଲୋକଙ୍କୁ ଗରିବ କରିବା ସହ ଏହିପରି ସମସ୍ୟା ଆସିଲେ ଅନେକ ବିପଦ ସୃଷ୍ଟି କରିବ । ମାନବ ଜାତିକୁ ଏହି ବିପଦ ସମୟରେ ସହାୟତା କରିବା ପାଇଁ ଏହି ସାମାଜିକ ଦୂରତ୍ବ ଏକ ଅପରିହାର୍ଯ୍ୟ ସମର୍ଥନ । ଏହାସହ ତାଳ ଦେଇ ଆଗାମୀ ଦିନରେ ବିଭିନ୍ନ ସମସ୍ୟା ସହ ମୁକାବିଲା କରିବାକୁ ପଡିବ । ଆର୍ଥିକ ସମସ୍ୟା ଓ ବେରୋଜଗାର ଦୂର କରିବାବେଳେ ଯେପରି ଏହି ନିୟମ ଲାଗୁ ରହେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରମ ସଂସ୍ଥା କହିଛି ।

ବିଶ୍ବ ଜନସଂଖ୍ୟାର 55 ପ୍ରତିଶତ ଅର୍ଥାତ 4 ବିଲିୟନ ଲୋକ ସାମାଜିକ ଦୂରତ୍ବଠାରୁ ଦୂରରେ ଅଛନ୍ତି । ଯେତେବେଳେ ସମସ୍ୟାର ସମାଧାନ ହେବା ସହ ପରିସ୍ଥିତି ସୁଧୁରିବ ସେତେବେଳେ ଏହି ବେରୋଜଗାର ଅଧିକ ମାତ୍ରାରେ ବଢିବ ଏବଂ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ବର ଅଭାବ ଦେଖାଦେବ । ଆର୍ଥିକ ସମସ୍ୟା ଦୂର କରିବାକୁ ଲୋକେ ସାମାନ୍ୟ ଆକ୍ରାନ୍ତ ଥିଲେ ମଧ୍ୟ ଚାକିରୀ କ୍ଷେତ୍ରକୁ ଯିବେ । ଏହା ସେତେବେଳେ ମହାମାରୀ ସଂକ୍ରମଣ କରିବାର ଆଶଙ୍କା ରହିଛି । ଲୋକେ ନିଜ ପେଟପାଟଣା ପାଇଁ ବିଭିନ୍ନ କ୍ଷେତ୍ରରେ ଯୋଗଦାନ କରିବେ ଯେତେବେଳେ ଏହି ସମସ୍ୟା ଅଧିକ ଉତ୍କଟ ରୂପ ନେବ ବୋଲି ବିଶ୍ବ ଶ୍ରମ ସଙ୍ଗଠନ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.