ETV Bharat / bharat

କୋରୋନା ପାଇଁ ଜାତୀୟ ପରୀକ୍ଷଣ ନୀତି ପ୍ରସ୍ତୁତି ନେଇ ସୁପ୍ରିମକୋର୍ଟରେ ଆବେଦନ - ଜାତୀୟ ପରୀକ୍ଷଣ ନୀତି ପ୍ରସ୍ତୁତି ନେଇ ସୁପ୍ରିମକୋର୍ଟରେ ଅପିଲ୍

କୋଭିଡ-19 ପାଇଁ ଏକ ଜାତୀୟ ପରୀକ୍ଷଣ ନୀତି ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି । ଭାରତ ସରକାର ଓ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚକୁ ଏଥିପାଇଁ ନିର୍ଦ୍ଦେଶ ଦେବାକୁ ଯାଚିକାରେ ଉଲ୍ଲେଖ ରହିଛି ।

supreme court
ସୁପ୍ରିମକୋର୍ଟ
author img

By

Published : Jun 17, 2020, 4:19 PM IST

ନୂଆଦିଲ୍ଲୀ: କୋଭିଡ-19 ପାଇଁ ଏକ ଜାତୀୟ ପରୀକ୍ଷଣ ନୀତି ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି । ଭାରତ ସରକାର ଓ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚକୁ ଏଥିପାଇଁ ନିର୍ଦ୍ଦେଶ ଦେବାକୁ ଯାଚିକାରେ ଉଲ୍ଲେଖ ରହିଛି । ଏହା ଦ୍ବାରା ସଂକ୍ରମଣ ଓ ମୃତ୍ୟୁ ହ୍ରାସ ହୋଇପାରେ ବୋଲି କୁହାଯାଇଛି ।

ଆବେଦନକାରୀ ପେଣ୍ଟାପତି ପୁଲ ରାଓ କହିଛନ୍ତି ଯେ ଭାରତରେ କୋଭିଡ-19 ର ପରୀକ୍ଷା ହ୍ରାସ ପାଉଛି, ଯେଉଁଥିପାଇଁ ଦିନକୁ ଦିନ ମହାମାରୀର ପ୍ରସାର ବୃଦ୍ଧି ପାଉଛି । ଅନେକ ରାଜ୍ୟ କୋରୋନା ପାଇଁ ନାମକୁ ମାତ୍ର ପରୀକ୍ଷା କରୁଛନ୍ତି । କୋଭିଡ-19 ସନ୍ଦିଗ୍ଧ ଅଞ୍ଚଳର ପରୀକ୍ଷଣରେ କୌଣସି ସମାନତା ରହୁନାହିଁ । ସାଧାରଣ ଲୋକଙ୍କ ପାଇଁ କୋଭିଡ-19 ପରୀକ୍ଷଣରେ ସମସ୍ୟା ଉପୁଜୁଛି ।

ରାଓ ତାଙ୍କ ଜନସ୍ବାର୍ଥ ଯାଚିକା ମାଧ୍ୟମରେ ଏହା ମଧ୍ୟ କହିଛନ୍ତି ଯେ ସେ ଭାରତର ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସାମ୍ନାରେ ଏହି କଥା ଉପସ୍ଥାପନ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରି ନାହିଁ। ଏହାପୂର୍ବରୁ ସୁପ୍ରିମକୋର୍ଟରେ କୋରୋନା ଭାଇରସ ପାଇଁ ସାମୂହିକ ପରୀକ୍ଷଣ ବିଚାର ପାଇଁ ଦାବି କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.