ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ସଂଗଠନ ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (JKLF)କୁ ଶୁକ୍ରବାର ବ୍ୟାନ କରାଯାଇଛି। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ପିକେ ସେହେଗଲ। ସଂଗଠନ ବ୍ୟାନ ପରେ ଜାମ୍ମୁ କାଶ୍ମୀର ସ୍ଥିତି ସୁଧିରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି।
ଏଏନଆଇ ସହ ଏକ ସାକ୍ଷାତକାରରେ ପିକେ ସେହେଗଲ କହିଛନ୍ତି ଯେ, 20-30 ବର୍ଷ ପୂର୍ବେ ଜେକେଏଲ୍ଏଫ୍ ବ୍ୟାନ ହେବା କଥା। କିନ୍ତୁ ସରକାର ସେତେବେଳେ ଏହି ସଂଗଠନକୁ ଗୁରୁତ୍ବ ଦେଇନଥିଲେ। 1988ରୁ ଜେକେଏଲ୍ଏଫ୍ ଅନେକ ବେଆଇନ ଓ ହିଂସାକାଣ୍ଡରେ ସାମିଲ ଅଛି। ବିଳମ୍ବରେ ହେଉ ପଛେ ସଂଗଠନକୁ ବ୍ୟାନ କରିଥିବାରୁ ସେ ସରକାରଙ୍କୁ ପ୍ରଶଂସା କରିଛନ୍ତି।
ତାଙ୍କ କହିବାନୁସାରେ, 1989 ରେ କାଶ୍ମୀର ପଣ୍ଡିତଙ୍କୁ ଘାଟିରୁ ବିତାଡିତ ଓ ହତ୍ୟାକାଣ୍ଡ, ବାୟୁସେନାର 4ଜଣ ଅଧିକାରୀ ଏବଂ ଗୃହମନ୍ତ୍ରୀଙ୍କ ଝିଅକୁ ଅପହରଣ କରିଥିବା ମାମଲାରେ ଜେକେଏଲ୍ଏଫ୍ର ସମ୍ପୃକ୍ତି ରହିଛି। 32 ବର୍ଷ ଧରି ଭାରତ ଏହି ସଂଗଠନର ବେଆଇନ କାର୍ଯ୍ୟକଳାପକୁ ସହି ଆସୁଥିଲା। କିନ୍ତୁ ତାହାକୁ ବ୍ୟାନ କରିବାପରେ କାଶ୍ମୀରର ପରିସ୍ଥିତିରେ ସୁଧାର ଆସିବ ବୋଲି ପିକେ ସେହେଗଲ ଆଶାବ୍ୟକ୍ତ କରିଛନ୍ତି।
ୟାସିନ୍ ମଲ୍ଲିକଙ୍କ ଜେକେଏଲ୍ଏଫ୍ କୁ ନିଷିଦ୍ଧ ଘୋଷଣା - କାଶ୍ମୀର ପଣ୍ଡିତ ହତ୍ୟାକାଣ୍ଡ
ଆତଙ୍କବାଦ ନିରୋଧ ଆଇନ ଅନୁସାରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (JKLF) କୁ ବ୍ୟାନ କରିଛନ୍ତି। ଏକ ମାସ ମଧ୍ୟରେ କେନ୍ଦ୍ର ଜମାତ୍-ଏ-ଇସ୍ଲାମୀ ଏବଂ JKLFକୁ ବିଚ୍ଛିନ୍ନବାଦୀ ସଂଗଠନ ଭାବେ ବ୍ୟାନ୍ କରାଯାଇଛି।
![ୟାସିନ୍ ମଲ୍ଲିକଙ୍କ ଜେକେଏଲ୍ଏଫ୍ କୁ ନିଷିଦ୍ଧ ଘୋଷଣା](https://etvbharatimages.akamaized.net/etvbharat/images/768-512-2773603-128-4ec6cf5d-ef8e-49fe-a47f-6cbc250577c4.jpg?imwidth=3840)
ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ସଂଗଠନ ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (JKLF)କୁ ଶୁକ୍ରବାର ବ୍ୟାନ କରାଯାଇଛି। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ପିକେ ସେହେଗଲ। ସଂଗଠନ ବ୍ୟାନ ପରେ ଜାମ୍ମୁ କାଶ୍ମୀର ସ୍ଥିତି ସୁଧିରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି।
ଏଏନଆଇ ସହ ଏକ ସାକ୍ଷାତକାରରେ ପିକେ ସେହେଗଲ କହିଛନ୍ତି ଯେ, 20-30 ବର୍ଷ ପୂର୍ବେ ଜେକେଏଲ୍ଏଫ୍ ବ୍ୟାନ ହେବା କଥା। କିନ୍ତୁ ସରକାର ସେତେବେଳେ ଏହି ସଂଗଠନକୁ ଗୁରୁତ୍ବ ଦେଇନଥିଲେ। 1988ରୁ ଜେକେଏଲ୍ଏଫ୍ ଅନେକ ବେଆଇନ ଓ ହିଂସାକାଣ୍ଡରେ ସାମିଲ ଅଛି। ବିଳମ୍ବରେ ହେଉ ପଛେ ସଂଗଠନକୁ ବ୍ୟାନ କରିଥିବାରୁ ସେ ସରକାରଙ୍କୁ ପ୍ରଶଂସା କରିଛନ୍ତି।
ତାଙ୍କ କହିବାନୁସାରେ, 1989 ରେ କାଶ୍ମୀର ପଣ୍ଡିତଙ୍କୁ ଘାଟିରୁ ବିତାଡିତ ଓ ହତ୍ୟାକାଣ୍ଡ, ବାୟୁସେନାର 4ଜଣ ଅଧିକାରୀ ଏବଂ ଗୃହମନ୍ତ୍ରୀଙ୍କ ଝିଅକୁ ଅପହରଣ କରିଥିବା ମାମଲାରେ ଜେକେଏଲ୍ଏଫ୍ର ସମ୍ପୃକ୍ତି ରହିଛି। 32 ବର୍ଷ ଧରି ଭାରତ ଏହି ସଂଗଠନର ବେଆଇନ କାର୍ଯ୍ୟକଳାପକୁ ସହି ଆସୁଥିଲା। କିନ୍ତୁ ତାହାକୁ ବ୍ୟାନ କରିବାପରେ କାଶ୍ମୀରର ପରିସ୍ଥିତିରେ ସୁଧାର ଆସିବ ବୋଲି ପିକେ ସେହେଗଲ ଆଶାବ୍ୟକ୍ତ କରିଛନ୍ତି।
New Delhi, Mar 23 (ANI): Justice Pinaki Chandra Ghose took oath as first Lokpal today. Prime Minister Narendra Modi, President Ram Nath Kovind, Vice-President M Venkaiah Naidu and Chief Justice of India Ranjan Gogoi were present at the ceremony. 8-member panel led by PM Modi had announced his appointment on March 19.