ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ଲକଡାଉନ ମଧ୍ୟରେ ଦେଶରେ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଲୋକାଲ ପାଇଁ ଭୋକାଲ କରିବାକୁ ସଂକଳ୍ପବଦ୍ଧ । ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ ସମୟରେ ମୋଦି ଲୋକାଲ ଉତ୍ପାଦନକୁ ପ୍ରାଥମିକତା ଦେବାକୁ ଏବଂ ଏହାର ବ୍ୟବହାର କରିବାକୁ ଅପିଲ କରିଥିଲେ । ତେବେ ମୋଦିଙ୍କ ଭାଷଣ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଅନେକ ସ୍ବଦେଶୀ ହେବା ନେଇ ଥଟ୍ଟା ପରିହାସ କରିଥିଲେ । ଯାହାକୁ ନେଇ ଗୁରୁବାର ଟିପ୍ପଣୀ ରଖିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ।
ସେ କହିଛନ୍ତି ଯେ, ଆତ୍ମବିଶ୍ବାସ ଏବଂ ସଫଳ ହେବାର ପ୍ରତିବଦ୍ଧତା ସହ କୋରୋନା ସଙ୍କଟ ସମୟରେ ଭାରତ ଏକ ସଫଳ ଦେଶ ହେବା ଦିଗରେ ଅଗ୍ରସର କରୁଛି । ପିଏମ ମୋଦି ମଙ୍ଗଳବାର ଦେଇଥିବା ଅଭିଭାଷଣରେ ଲୋକାଲ ଫଲ ଭୋକାଲର ଅର୍ଥକୁ ପିୟୁଷ ଗୋୟଲ ବେନେଟ ୟୁନିର୍ଭସିଟିର ତୃତୀୟ ଗ୍ଲୋବାଲ ଅନଲାଇନ ସେମିନାର 'ଜାନ ଭି ଜାହାନ ଭି'ରେ ଲୋକାଲ ଉତ୍ପାଦର ବ୍ୟବହାର ବିଷୟରେ କହିଥିଲେ ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ସ୍ବଦେଶୀର ଅର୍ଥ ନୁହେଁ ଯେ ନିଜ ଭିତରକୁ ଦେଖିବା । ବରଂ ସ୍ବଦେଶୀ ନିଜ ଭିତରର ଆତ୍ମବିଶ୍ବାସ ଠାରୁ ବହୁ ଅଧିକ । ମୋଦିଙ୍କ ଆତ୍ମନିର୍ଭର ଭାରତ ଉକ୍ତିକୁ ପୁନରାବୃତ୍ତି କରି କେନ୍ଦ୍ରମନ୍ତ୍ରୀ କହିଥିଲେ , ଆତ୍ମନିର୍ଭରତା ଆସୁଥିବା ଅର୍ଥବ୍ୟବସ୍ଥାକୁ ଦର୍ଶାଏ ନାହିଁ କି ଦୁନିଆର ଭଲ ବସ୍ତୁ ଠାରୁ ଆପଣଙ୍କୁ ଦୂର କରେ ନାହିଁ । ବରଂ ଏହା ସକରାତ୍ମକତା ସହ ଦୁନିଆ ସହିତ କାମ କରିବ ଏବଂ ସମସ୍ତ ସମସ୍ୟା ଦୂର କରିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଆତ୍ମନିର୍ଭରତାର ଖୁଣ୍ଟକୁ ଜାବୁଡି ଧରିଛି । ମହାମାରୀ ପରେ ଆସିବାକୁ ଥିବା ଚ୍ୟାଲେଞ୍ଜ ଗୁଡିକ ସ୍ବୀକାର କରି ମନ୍ତ୍ରୀ ଗୋୟଲ କହିଛନ୍ତି ଯେ, ଭାରତର ଭିତ୍ତିଭୂମିକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ।