ETV Bharat / bharat

ଭାରତୀୟଙ୍କୁ ‘ମାଙ୍କଡ’ କହି ବିବାଦରେ ପିଟ୍ରୋଡା

ପୁଣି କଂଗ୍ରେସ ନେତା ସାମ୍‌ ପିଟ୍ରୋଡାଙ୍କ ବିବାଦୀୟ ବୟାନ । ଭାରତୀୟଙ୍କୁ ସେ ମାଙ୍କଡ ବୋଲି କହିଛନ୍ତି। ଯାହାକୁ ନେଇ ତାଙ୍କୁ ଜୋରଦାର ସମାଲୋଚନା କରାଯାଇଛି ।

ଫାଇଲଫଟୋ
author img

By

Published : Apr 7, 2019, 8:39 AM IST

ନୂଆଦିଲ୍ଲୀ: ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଆସୁଥିବା କଂଗ୍ରେସ ନେତା ସାମ ପିଟ୍ରୋଡା ପୁଣି ଥରେ ଚର୍ଚ୍ଚାରେ। ସେ ଏବେ ଭାରତୀୟମାନଙ୍କୁ ‘ମାଙ୍କଡ’ କହି ପୁଣି ବିବାଦ ଘେରରେ। ମୋବାଇଲ ବ୍ୟବହାରକୁ ନେଇ ଟିପ୍ପଣୀ ଦେବା ଅବସରରେ ସେ କହିଛନ୍ତି, ମାଙ୍କଡ ହାତରେ ନୂଆ ଖେଳନା । ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ପିଟ୍ରୋଡା କହିଥିଲେ, ‘ଭାରତୀୟମାନେ ସୋସିଆଲ ମିଡିଆର ସଠିକ୍‌ ଭାବେ ବ୍ୟବହାର କରିପାରୁ ନାହାନ୍ତି । ଆପଣ ଜାଣିଛନ୍ତି ମୋଇବାଲ ଏକ ନୂଆ ଖେଳନା ଅଟେ । ଆଉ ମାଙ୍କଡ ମାନଙ୍କୁ ନୂଆ ଖେଳନା ଦିଆଯାଏ , ଯାହାର ସେମାନେ ଭୁଲ୍‌ ବ୍ୟବହାର କରନ୍ତି । ସେମାନେ ଜାଣି ନ ଥାନ୍ତି ଏହାର କିପରି ଉପଯୋଗ କରିବା ଉଚିତ୍‌ ।’

ଏହି ବୟାନ ଦେବା ପରେ ସଙ୍ଗେ ସଙ୍ଗେ କହିଥିଲେ ଏହି କଥାର ଭୁଲ ଅର୍ଥ ଆପଣ ବାହାର କରନ୍ତୁ ନାହିଁ । ତେବେ ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ପିଟ୍ରୋଡା ଅନେକ ବିବାଦୀୟ ବୟାନ ଦେଇଛନ୍ତି । ଏୟାର ଷ୍ଟାଇକକୁ ନେଇ ମଧ୍ୟ ସେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ ।

Intro:Body:

lasklkla

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.