ETV Bharat / bharat

ରାଜସ୍ଥାନ କଂଗ୍ରେସ ମୁଖ୍ୟାଳୟ ପରିସରରୁ ହଟିଲା ପାଇଲଟଙ୍କ ପୋଷ୍ଟର - Raj Cong HQ

ସୋମବାର ସଚିନ ପାଇଲଟଙ୍କ ପୋଷ୍ଟରଗୁଡ଼ିକୁ ରାଜ୍ୟ ମୁଖ୍ୟାଳୟ ପରିସରରୁ ହଟାଇ ଦିଆଯାଇଥିବା ଜଣାପଡିଛି । ସଚିନଙ୍କ ସ୍ଥାନରେ ଖୁବ ଶୀଘ୍ର ଜଣେ ନୂତନ ପିସିସି ମୁଖ୍ୟ ଘୋଷଣା ହେବାର ସମ୍ଭାବନା ରହିଛି ବୋଲି କଂଗ୍ରେସ ସୂତ୍ରରୁ ଜଣାପଡିଛି ।

ରାଜସ୍ଥାନ
ରାଜସ୍ଥାନ
author img

By

Published : Jul 13, 2020, 12:42 PM IST

Updated : Jul 13, 2020, 3:54 PM IST

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଅସନ୍ତୁଷ୍ଟ ହେବା ପରେ ଦଳ ପ୍ରତି ସଙ୍କଟ ଘନେଇଛି । ସଚିନ ପାଇଲଟଙ୍କ ପାଖରେ ୩୦ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରିଛନ୍ତି । ତେବେ ସେ ବିଜେପିରେ ସାମିଲ ହେବେ କିମ୍ବା ନୂଆ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି । ଇତିମଧ୍ୟରେ ସୋମବାର ସଚିନ ପାଇଲଟଙ୍କ ପୋଷ୍ଟରଗୁଡ଼ିକୁ ରାଜ୍ୟ ମୁଖ୍ୟାଳୟ ପରିସରରୁ ହଟାଇ ଦିଆଯାଇଥିବା ଜଣାପଡିଛି ।

ରାଜସ୍ଥାନ କଂଗ୍ରେସ ମୁଖ୍ୟାଳୟ ପରିସରରୁ ହଟିଲା ପାଇଲଟଙ୍କ ପୋଷ୍ଟର

ସଚିନଙ୍କ ସ୍ଥାନରେ ଖୁବ ଶୀଘ୍ର ଜଣେ ନୂତନ ପିସିସି ମୁଖ୍ୟ ଘୋଷଣା ହେବାର ସମ୍ଭାବନା ରହିଛି ବୋଲି କଂଗ୍ରେସ ସୂତ୍ରରୁ ଜଣାପଡିଛି । ସେପଟେ ରାଜସ୍ଥାନ ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି, କଂଗ୍ରେସ ବିଧାୟକ ଦଳର ବୈଠକରେ ଯୋଗଦେବା ସମସ୍ତ କଂଗ୍ରେସ ବିଧାୟକଙ୍କ ପାଇଁ ବାଧ୍ୟତାମୂଳକ। ଯେଉଁମାନେ ଅନୁପସ୍ଥିତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କରେ ଥିବା କଂଗ୍ରେସ ନେତାମାନଙ୍କୁ ବୈଠକ ଶେଷ ହେବା ପରେ ଏକ ଘରୋଇ ରିସର୍ଟରେ ରଖାଯିବା ନେଇ ଯୋଜନା କରାଯାଉଥିବା ଜଣାପଡିଛି ।

Last Updated : Jul 13, 2020, 3:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.