ETV Bharat / bharat

ପୁଅର ପରାଜୟ ପାଇଁ ପାଇଲଟଙ୍କୁ ଦାୟୀକଲେ ଅଶୋକ ଗେହଲଟ - ashok-gehlot

କଂଗ୍ରେସ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ପରାଜୟର ସମସ୍ତ ଦୋଷ ବୋଳିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଡିଜାଇନ ଫଟୋ
author img

By

Published : Jun 4, 2019, 11:35 AM IST

ଜୟପୁର: ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଛି କନ୍ଦୋଳ । ପରାଜୟକୁ ନେଇ ପରସ୍ପର ଉପରେ ଦୋଷ ଲଦୁଛନ୍ତି ଦଳର ହେଭିୱେଟ ନେତାମାନେ । ତେବେ ଏହି ବିବାଦ ଏବେ ଏତେ ମାତ୍ରାରେ ବଢିଯାଇଛି ଯେ କଂଗ୍ରେସ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ପରାଜୟର ସମସ୍ତ ଦୋଷ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ସେ ତାଙ୍କ ପୁଅ ବୈଭବ ଗେହଲଟଙ୍କ ପରାଜୟ ପାଇଁ ସଚିନ ପାଇଲଟଙ୍କୁ ଦାୟୀ କରିଛନ୍ତି । ତାଙ୍କ ପୁଅ ଯୋଧପୁରରୁ ଲଢିବା ନେଇ ସଚିନ ପରାମର୍ଶ ଦେଇଥିଲେ । ତେଣୁ ବୈଭବଙ୍କ ପରାଜୟର ଭାର ସଚିନ ନିଜ ମୁଣ୍ଡ ଉପରକୁ ନେବା ଉଚିତ୍‌ ବୋଲି ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି ଅଶୋକ । ସେପଟେ ଅଶୋକଙ୍କ ଏଭଳି ମନ୍ତବ୍ୟରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ସଚିନ ।

ସୂଚନା ଯୋଗ୍ୟ ଯେ, ଅଶୋକ ଗେହଲଟଙ୍କୁ ପୁଅ ବୈଭବ ଗେହଲଟ ଯୋଧପୁର ଆସନରୁ ଲଢିଥିଲେ । କିନ୍ତୁ ବିଜେପିର ଗଜେନ୍ଦ୍ର ସିଂହ ଶେଖାୱତ ତାଙ୍କୁ 19000 ଭୋଟରେ ହରାଇଥିଲେ ।

Intro:Body:

bhata kha

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.