ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ମହାମାରୀ କୋରୋନାର ପ୍ରକୋପ । ତେବେ ସଂକ୍ରମଣ ରୋକିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ବନ୍ଦ ରହିଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି।
ଆବେଦନକାରୀ କହିଛନ୍ତି ଯେ ସୁରକ୍ଷା ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ ଅନୁଯାୟୀ ଧାର୍ମିକ ସ୍ଥାନ ଖୋଲାଯାଇପାରିବ । ଏହା ଦ୍ବାରା ଶ୍ରଦ୍ଧାଳୁମାନେ ଏକତ୍ରିତ ନ ହୋଇ ଏହି ସ୍ଥାନ ପରିଦର୍ଶନ କରିପାରିବେ ।
ଆବେଦନକାରୀ ଯୁକ୍ତିରେ ଦର୍ଶାଇଛନ୍ତି ଯେ ଧାର୍ମିକ ସ୍ଥାନକୁ ଯିବା ମାନସିକ ଚାପଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିପାରିବ, ଯାହା ମହାମାରୀ କାରଣରୁ ଘଟିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ