ETV Bharat / bharat

ଲକଡାଉନକୁ ସଠିକ ରୂପେ ପାଳନ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ - ସୁପ୍ରିମକୋର୍ଟ

ଲକାଉନକୁ ସଠିକ ରୂପେ ଲାଗୁ କରିବା ପାଇଁ ପ୍ରଶାସନ ଆବଶ୍ୟକ ସୌନ୍ୟବାହୀନି ଯୋଗାଇବା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି।

_pil file in supremecourt
ସୁପ୍ରିମକୋର୍ଟରେ ଯାଚିକା ଦାଖଲ
author img

By

Published : Apr 20, 2020, 11:44 AM IST

ନୂଆଦିଲ୍ଲୀ: ଲକାଉନକୁ ସଠିକ ରୂପେ ଲାଗୁ କରିବା ପାଇଁ ପ୍ରଶାସନ ଆବଶ୍ୟକ ସୌନ୍ୟବାହୀନି ଯୋଗାଇବା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି ଯେ, କେତେକ ରାଜ୍ୟରେ ଲକଡାଉନ ବେଳେ ସ୍ୱାସ୍ଥ୍ୟକର୍ମୀ ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଇଛି । ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଏକ ପ୍ରଜୁର୍ଯ୍ୟ ରଣନୀତି ଏବଂ ସଠିକ୍ ରାସ୍ତା ସ୍ଥିର କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଏହି ନିବେଦନ କରାଯାଇଛି।

ଏହି ଆବେଦନରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ଲକଡାଉନ ସମୟରେ ସିବିଆଇ କିମ୍ବା ଏନଆଇଏକୁ ଦେଶର ବିଭିନ୍ନ ପ୍ରାନ୍ତରେ ଘଟୁଥିବା ମାମଲାର ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେବା ଉଚିତ। ଆବେଦନକାରୀ କେ.ଆର ଶେନୋ ଏହି ପିଟିସନରେ କହିଛନ୍ତି, କୋରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ ସଠିକ୍ ରୂପେ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ରାଜ୍ୟରେ ସାମରିକ ବାହିନୀ ନିୟୋଜି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦେଶର ନାଗରିକଙ୍କ ସୁବିଧା ପାଇଁ ଯଥାଶୀଘ୍ର ସାମରିକ ବାହିନୀ ନିୟୋଜନ କରାଯିବା ଉଚିତ୍।

ବିଭିନ୍ନ ରାଜ୍ୟ ଦ୍ବାରା ନିଆଯାଇଥିବା ପଦକ୍ଷେପ ସତ୍ତ୍ବେ ସ୍ୱାସ୍ଥ୍ୟକର୍ମୀ ଏବଂ ପୋଲିସ୍ ଅଧିକାରୀ ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଏଣୁ କୋରୋନା ଭାଇରସକୁ ରୋକିବାରେ ଏହା ଏକ ବଡ ସମସ୍ୟା ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.