ETV Bharat / bharat

ଡକ୍ଟର ଏଭି .ପ୍ରଦୀପଙ୍କ ଅଭିନବ ପ୍ରୟାସ - କମ ଦାମରେ ରୋଗୀ ପାଇ ପାରିବେ ଭେଣ୍ଟିଲେଟର

ଡକ୍ଟର ଏଭି .ପ୍ରଦୀପଙ୍କ ଅଭିନବ ପ୍ରୟାସ । କମ ଦାମରେ ରୋଗୀ ପାଇ ପାରିବେ ଭେଣ୍ଟିଲେଟର । ଅଧିକ ପଢନ୍ତୁ....

Physics professor develops low-cost portable ventilator
ଡକ୍ଟର ଏଭି .ପ୍ରଦୀପଙ୍କ ଅଭିନବ ପ୍ରୟାସ
author img

By

Published : Apr 4, 2020, 7:07 PM IST

ଥିରୁବନନ୍ତପୁରମ : ସାରା ବିଶ୍ବରେ କାୟା ବିସ୍ତାର କରିଛି କୋରୋନା । ଭାରତରେ ମୃତ୍ୟୁ ସଂଖ୍ୟା 50 ଟପିଥିବା ବେଳେ ଆକ୍ରାନ୍ତଙ୍କ ସଖ୍ୟା ପାଖାପାଖି 3 ହଜାର । କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବା ସହ କିଛି ଆକ୍ରାନ୍ତ ଚିକିତ୍ସିତ ହୋଇ ଫେରୁଥିବା ଖବର ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ଜଣେ ପ୍ରଫେସର ଡକ୍ଟର ଏଭି .ପ୍ରଦୀପ ଏକ ଭେଣ୍ଟିଲେଟର ତିଆରି କରିଛନ୍ତି । ଯାହା କୋରୋନା ରୋଗୀଙ୍କ ପାଇଁ ବେଶ ଉପଯୋଗୀ ହେବ । କମ ଖର୍ଚ୍ଚରେ ସେ ପ୍ରସ୍ତୁତ କରିଥିବା ଏହି ଯନ୍ତ୍ରକୁ ମାନୁଆଲ୍ ରିସ୍ୟୁସିଟେଟର୍ କୁହାଯାଏ।

ଡକ୍ଟର ଏଭି .ପ୍ରଦୀପଙ୍କ ଅଭିନବ ପ୍ରୟାସ

କୋରୋନା ଆକ୍ରାନ୍ତଙ୍କ ସଖ୍ୟା ବଢୁଥିବାରୁ ମେଡିକାଲରେ ଆବଶ୍ୟକ ପରିମାଣର ଭେଣ୍ଟିଲେଟର ଯୋଗାଇବା ସମ୍ଭବ ହୋଇ ପାରୁନାହିଁ। ସେ ପ୍ରସ୍ତୁତ କରିଥିବା ଭେଣ୍ଟିଲେଟରର ମୂଲ୍ୟ 3000 ଟଙ୍କା । ଯାହାକୁ ସବୁ ବର୍ଗର ଲୋକେ କ୍ରୟ କରିପାରିବେ । ମେଡିକାଲ ଗୁଡିକରେ ଭେଣ୍ଟିଲେଟର ଅଭାବକୁ ଏହା ଦୂର କରିବ ବୋଲି ସେ ଆଶାବାଦୀ ।

ପ୍ରଦୀପ ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ 5 ବର୍ଷ ଧରି ଗବେଷଣା କରିଛନ୍ତି। ତାଙ୍କର ଅନୁସନ୍ଧାନ ସମୟରେ, ସେ ଏହିପରି ଅନେକ ମେସିନ୍ ତିଆରି କରିଥିବା ଜଣା ପଡିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.