ETV Bharat / bharat

ଅଟଳ ଟନେଲ ମଧ୍ୟରେ ଫଟୋ ଓ ଭିଡିଓ ଉତ୍ତୋଳନ ବ୍ୟାନ - ରାଜ୍ୟ ସରକାରଙ୍କ କଡା ନିୟମ

ଅଟଲ ଟନେଲର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି । ଟନେଲ ମଧ୍ୟରେ ଫଟୋ କିମ୍ବା ଭିଡିଓ ଉତ୍ତୋଳନ କଲେ ନିଆଯିବ କଠୋର କାର୍ଯାନୁଷ୍ଠାନ ।

ଅଟଳ ଟନେଲ ମଧ୍ୟରେ ଫଟୋ ଓ ଭିଡିଓ ଉତ୍ତୋଳନ ବ୍ୟାନ

author img

By

Published : Oct 7, 2020, 8:15 PM IST

ସିମଲା: ଅଟଳ ଟନେଲର ସୁରକ୍ଷା ନେଇ ସରକାରଙ୍କ କଡ଼ା ନିୟମ । ଏହି ଟନେଲକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ଟନେଲର 200 ମିଟର ଦୂରରୁ ଓ ଏହା ଭିତରେ କୌଣସି ପ୍ରକାର ଫଟୋ କିମ୍ବା ଲାଇଭ ଭିଡିଓ ଉତ୍ତୋଳନ କରିପାରିବେ ନାହିଁ । ଯଦି କେହି ନିୟମ ଉଲଙ୍ଘନ କରେ, ତେବେ ସଂପୃକ୍ତ ବ୍ୟକ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଟନେଲର ସୁରକ୍ଷାକୁ ନେଇ ରାଜ୍ୟ ସରକାର ଖୁବ୍ ସତର୍କ ଅଛନ୍ତି । କୁଲ୍ଲୁ ପୋଲିସ ପକ୍ଷରୁ ଏଠାରେ ସେନା ମୁତୟନ କରାଯାଇଛି । ତେବେ ଅଟଳ ଟନେଲର ଉଦଘାଟନ ଦିନ ପରଠାରୁ ଏଠାରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ଏଠାରେ ସେମାନେ ନିଜର ଫଟୋଗ୍ରାଫି ଓ ଫେସବୁକ ଲାଇଭ ସଉକ ପୁରା କରୁଥିବା ଦେଖିବାକୁ ମିଳିଛି । ତେଣୁ ସରକାର ଫଟୋ ଓ ଭଡିଓ ଉତ୍ତୋଳନ ବ୍ୟାନ କରିବା ସହ ଟନେଲ ମଧ୍ୟରେ ଦ୍ରୁତଗତିରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

କୁଲ୍ଲୁ ଏସପି ଗୌରବ ସିଂହଙ୍କ କହିଛନ୍ତି, ଅଟଳ ଟନେଲ ଦେଶର ଏକ ଗୁରୁତ୍ବପୂର୍ଣ୍ଣ ଟନେଲ ଅଟେ । ତେଣୁ ଏହାର ସୁରକ୍ଷା ବେଶ୍ ଜରୁରୀ । ଏଥିପାଇଁ ଟନେଲରେ 30 ଯବାନ ମୁତୟନ କରାଯାଇଛି । ଏହାସହ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଗାଡି଼ମଟରର ଗତି ନିୟନ୍ତ୍ରଣ କରିବା ପାଇଁ ମୋଟର ସାଇକେଲ ରାଡାର ଲଗାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.