ETV Bharat / bharat

ଫିସିଙ୍ଗ୍‌ଠାରୁ ସାବଧାନ ରୁହନ୍ତୁ: ଉତ୍ତର କୋରିଆ ହ୍ୟାକର ଗ୍ରୁପ ଜାଲରେ 20 ଲକ୍ଷ ଭାରତୀୟ - ଫିସିଙ୍ଗ୍‌

ଉତ୍ତର କୋରିଆ ହ୍ୟାକର ଗୋଷ୍ଠୀ ଲାଜାରସ 20 ଲକ୍ଷ ଭାରତୀୟଙ୍କୁ ଟାର୍ଗେଟ କରିଥାନ୍ତେ | ଏମାନଙ୍କ ଦ୍ବାରା ପ୍ରୟୋଗ ହୋଇଥିବା ପଦ୍ଧତି ହେଉଛି ଫିସିଙ୍ଗ୍ | ଯଦିଓ ଏହା ସାଇବର ଅପରାଧୀଙ୍କ ଦ୍ବାରା ସର୍ବ ପୁରାତନ କୌଶଳ, ତଥାପି ଅନେକ ଏହାର ଜାଲରେ ଫସିଯାନ୍ତି । ଏହା ଉପରେ ରୋକ ଲଗାଇବା ପାଇଁ ଏକମାତ୍ର ଉପାୟ ହେଉଛି ଏହି ପଦ୍ଧତି ବିଷୟରେ ସଚେତନ ହେବା । ଅଧିକ ପଢନ୍ତୁ...

ଫିସିଙ୍ଗ୍‌ଠାରୁ ସାବଧାନ ରୁହନ୍ତୁ: ଉତ୍ତର କୋରିଆ ହ୍ୟାକର ଗ୍ରୃପର ଜାଲରେ ଅଛନ୍ତି 20 ଲକ୍ଷ ଭାରତୀୟ

author img

By

Published : Jun 20, 2020, 9:50 PM IST

ହାଇଦ୍ରାବାଦ: ମାତିଛନ୍ତି ସାଇବର ଠକ । ଆଖି ପିଛୁଳାକେ ଲୁଟି ପାରନ୍ତି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ । ହ୍ୟାକରଙ୍କ ଟାର୍ଗେଟରେ ଭାରତ ସମେତ 6ଟି ଦେଶ । ଜୁନ୍ 21ରେ ଉତ୍ତର କୋରିଆର ହ୍ୟାକର୍ସମାନେ କୋରୋନା ମହାମାରୀ ସମୟରେ ଫିସିଙ୍ଗ ପଦକ୍ଷେପ ଆପଣାଇ କରିପାରନ୍ତି ଏକ ବଡ଼ ଧରଣର ସାଇବର ଆକ୍ରମଣ ।

ଫିସିଙ୍ଗ୍‌ଠାରୁ ସାବଧାନ ରୁହନ୍ତୁ: ଉତ୍ତର କୋରିଆ ହ୍ୟାକର ଗ୍ରୃପର ଜାଲରେ ଅଛନ୍ତି 20 ଲକ୍ଷ ଭାରତୀୟ

ଜେଡ୍‌ଡିନେଟ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ଲାଜାରସ୍ ଗ୍ରୁପ୍‌ର ଏକ ବୃହତ ଅଭିଯାନର ଏକ ଅଂଶ, ଯେଉଁଥିରେ ଛୋଟ ଏବଂ ବଡ଼ ଉଦ୍ୟୋଗ ସମେତ 50 ଲକ୍ଷରୁ ଅଧିକ ବ୍ୟକ୍ତି ଏବଂ ବ୍ୟବସାୟକୁ ଟାର୍ଗେଟ କରାଯାଇଛି । ଭାରତ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଜାପାନ ବ୍ରିଟେନ ଏବଂ ଆମେରିକା ଭଳି ଦେଶ ଏହି ହ୍ୟାକରଙ୍କ ସ୍କାନରରେ ଅଛନ୍ତି ।

ସିଙ୍ଗାପୁର ମୁଖ୍ୟାଳୟର ସାଇବର ସିକ୍ୟୁରିଟି ବିକ୍ରେତାଙ୍କ କହିବା ଅନୁଯାୟୀ ଉତ୍ତର କୋରିଆ ହ୍ୟାକର୍ ଗ୍ରୁପ୍ ଏହି ଅଭିଯାନରୁ ଆର୍ଥିକ ଦୃଷ୍ଟିରୁ ଲାଭ ପାଇବାକୁ ଚାହୁଁଛି, ଯେଉଁଠାରେ ଟାର୍ଗେଟ୍ ଇମେଲ୍ ପ୍ରାପ୍ତକର୍ତ୍ତାଙ୍କୁ ଜାଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯିବ ଏବଂ ସେମାନଙ୍କର ବ୍ୟକ୍ତିଗତ ତଥା ଆର୍ଥିକ ତଥ୍ୟ ପ୍ରକାଶ କରିବାକୁ ପ୍ରଲୋଭିତ କରାଯିବ ବୋଲି ସେ କହିଛନ୍ତି ।

ଜାପାନରେ 11ଲକ୍ଷ ବ୍ୟକ୍ତିଗତ ଇମେଲ ଆଇଡି, ଭାରତରେ ଆଉ 20 ଲକ୍ଷ ଏବଂ ବ୍ରିଟେନରେ 1ଲକ୍ଷ 80ହଜାର ବ୍ୟବସାୟିକ ସମ୍ପର୍କର ବିବରଣୀ ଥିବା ଲାଜାରସର ହ୍ୟାକରମାନେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.