ETV Bharat / bharat

ଆସନ୍ତାକାଲିଠୁ PGIMSରେ ହେବ ତୃତୀୟ ପର୍ଯ୍ୟାୟ କୋଭାକ୍ସିନ ଟ୍ରାଏଲ - କୋଭାକ୍ସିନ ଟ୍ରାଏଲ

ଆସନ୍ତାକାଲି(ଶୁକ୍ରବାର)ଠାରୁ PGIMSରେ ଆରମ୍ଭ ହେବାକୁ ଯାଉଛି କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ । ଏନେଇ 1000 ସ୍ବେଚ୍ଛାସେବୀଙ୍କ ଆବଶ୍ୟକତା ରହିଥିବା କହିଛନ୍ତି PGIMSର ଭାଇସ୍‌ ଚାନସଲର । ଅଧିକ ପଢନ୍ତୁ...

କୋଭାକ୍ସିନ ଟ୍ରାଏଲ
କୋଭାକ୍ସିନ ଟ୍ରାଏଲ
author img

By

Published : Nov 19, 2020, 7:30 AM IST

ନୂଆଦିଲ୍ଲୀ: ପଣ୍ଡିତ ଭଗବତ ଦୟାଲ ଶର୍ମା ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ପିଜିଆଇଏମଏସ) ରୋହତକରେ ଶୁକ୍ରବାର ଠାରୁ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବ । ଏଥିପାଇଁ 1000 ସ୍ବେଚ୍ଛାସେବୀଙ୍କ ଆବଶ୍ୟକତା ରହିଛି । ଯେଉଁମାନେ କି ଆଜି ସୁଦ୍ଧା ମିଳିଯିବେ ବୋଲି ପିଜିଆଇଏମଏସର ଭାଇସ୍‌ ଚାନସଲର ଓପି କଲରା ଆଶା ରଖିଛନ୍ତି । ବୁଧବାର ଏନେଇ ସୂଚନା ଦେଇ ଏଭଳି କହିଛନ୍ତି ସେ ।

ସେ କହିଛନ୍ତି,‘ଆମେ ଆଶା କରୁଛୁ ଯେ ଆମକୁ ଗୁରୁବାର ସୁଦ୍ଧା 1000 ସ୍ବେଚ୍ଛାସେବୀ ମିଳିଯିବେ । ଯେଉଁମାନଙ୍କ ମଧ୍ୟରେ 200 ସ୍ବେଚ୍ଛାସେବୀ ପୂର୍ବରୁ କୋଭାକ୍ସିନ ସହିତ ଜଡିତ ଅଛନ୍ତି । ସେମାନଙ୍କ ଶରୀରର ରୋଗ ପ୍ରତିରୋଧକ ବାବଦରେ ଆମେ ଜାଣିଛୁ ।’ ସେହିପରି ସାରା ଦେଶରେ ଆଣ୍ଟିବଡିର ଷ୍ଟଡି ପାଇଁ 3ଟି ସେଣ୍ଟର ରହିଛି । ଯଦି 600 ସ୍ବେଚ୍ଛାସେବୀଙ୍କ ଭଲ ପ୍ରତିକ୍ରିୟା ମିଳେ ତେବେ ଆଇସିଏମଆର ଅଧିକ ଉତ୍ପାଦନ ପାଇଁ ଅନୁମତି ଦେବ ବୋଲି ସେ କହିଛନ୍ତି ।

ସ୍ବେଚ୍ଛାସେବୀଙ୍କ ପାଇଁ ସର୍ବନିମ୍ନ ବୟସ 18 ବର୍ଷ ରଖାଯାଇଥିବାବେଳେ ସର୍ବାଧିକ ବୟସସୀମା ରଖାଯାଇନାହିଁ । ସେହିପରି ତୃତୀୟ ପର୍ଯ୍ୟାୟରେ ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା କିଡନୀ ରୋଗୀ ମଧ୍ୟ ସ୍ବେଚ୍ଛାସେବୀ ପାଇଁ ନିଜ ନାମ ପଞ୍ଜୀକୃତ କରିପାରିବେ ବୋଲି ସେ ଦର୍ଶାଇଛନ୍ତି । ଅନ୍ୟପଟେ ପ୍ରତି ସ୍ବେଚ୍ଛାସେବୀଙ୍କ ଶରୀରରେ ଦୁଇ ଡୋଜ୍‌(ପାନ) ଦିଆଯିବ । ଦ୍ବିତୀୟ ଡୋଜ୍‌, ପ୍ରଥମ ଡୋଜ୍‌ର 28 ଦିନ ପରେ ଦିଆଯିବ । 42 ଦିନ ପରେ ଆଣ୍ଟିବଡିର ପ୍ରତିକ୍ରିୟା ଦେଖାଯିବ ବୋଲି ସେ କହିଛନ୍ତି । ଯଦି ଏହା ସଫଳ ହୁଏ ତେବେ ଫେବୃଆରୀ କିମ୍ବା ମାର୍ଚ୍ଚ ସୁଦ୍ଧା ଅଧିକ ମାତ୍ରାରେ ଉତ୍ପାଦନ କରାଯିବ ବୋଲି ସେ ଜଣାଇଛନ୍ତି ।

ସେପଟେ ପ୍ରଥମ ଦୁଇ ପର୍ଯ୍ୟାୟରେ ଭ୍ୟାକସିନର କୌଣସି ପାର୍ଶ୍ବପ୍ରତିକ୍ରିୟା ନଥିଲା, କେବଳ କିଛିଙ୍କ ପାଖରେ ଇଞ୍ଜେକସନ ଲଗାଇବା ସ୍ଥାନରେ ଦରଜ କରିଥିବାବେଳେ ଅନ୍ୟ କିଛି ସ୍ବେସ୍ଥାସେବୀଙ୍କ କ୍ଷେତ୍ରରେ ଟିକେ ଜ୍ବର ଆସିଥିଲା ବୋଲି ମଧ୍ୟ ସେ କହିଛନ୍ତି । ଏହାସହ ଭ୍ୟାକସିନ ନମିଳିବା ପର୍ଯ୍ୟନ୍ତ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟୀ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ସୂଚନାଥାଉକି, ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ପ୍ରଥମ ସ୍ବେଚ୍ଛାସେବୀ ହେବାକୁ ଇଚ୍ଛା ରଖିଛନ୍ତି । ଏନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଅକ୍ଟୋବର ମାସରେ ହିଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ କୋଭାକ୍ସିନ ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରିବାକୁ ଭାରତ ବାୟୋଟେକ୍‌କୁ ଅନୁମତି ପ୍ରଦାନ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.