ETV Bharat / bharat

ପୁଣି ବଢିଲା ପେଟ୍ରୋଲ ଦର, ଲିଟର ପିଛା 81.68 ଟଙ୍କାକୁ ବୃଦ୍ଧି - ପେଟ୍ରୋଲ ଦର

ଦେଶରେ ଲଗାତାର 9 ଦିନରେ 8 ଥ ବଢିଛି ପେଟ୍ରୋଲ ଦର । ସୋମବାର ପେଟ୍ରୋଲ ଲିଟର ପିଛା 13 ପଇସା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ପୁଣି ବଢିଲା ପେଟ୍ରୋଲ ଦର, ପେଟ୍ରୋଲ ଲିଟର ପିଛା 81.68 ଟଙ୍କାକୁ ବୃଦ୍ଧି

author img

By

Published : Aug 24, 2020, 10:34 AM IST

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ଲଗାତାର ବଢିବା ପ୍ରକ୍ରିୟା ପୁଣି ଆମ୍ଭ ହୋଇଯାଇଛି। ଗତ 9 ଦିନରେ ଲଗାତାର 8 ଥର ପେଟ୍ରୋଲ ଦର ବୃଦ୍ଧି ପାଇଛି । ସୋମବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 13 ପଇସା ବୃଦ୍ଧି ପାଇଛି। ଯାହାକୁ ମିଶାଇ ସୋମବାର ସୁଦ୍ଧା ରାଜ୍ୟରେ ପେଟ୍ରୋଲ ଲିଟର ପିଛା 81.68 ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଆଜି ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇନି। ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା 73.68 ଟଙ୍କା ରହିଛି । ପେଟ୍ରୋଲ ମୂଲ୍ୟରେ କ୍ରମାଗତ ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇ ଦେଇଛି।

ଗତ 9 ଦିନରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ 1.19 ଟଙ୍କା ବୃଦ୍ଧି ପାଇଛି । ତେବେ ବିଗତ ଦିନରେ ଦିଲ୍ଲୀର ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗିଥିବା ଭାଟକୁ ହ୍ରାସ କରିଥିଲେ। ଏହି କାରଣରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇଥିଲା, କିନ୍ତୁ କ୍ରମାଗତ ଭାବରେ ମୂଲ୍ୟ ବୃଦ୍ଧି ହେତୁ ଲୋକଙ୍କ ପାଇଁ ଏବେ ଏହା ବୋଝ ସଦୃଶ ହୋଇଛି ।

ସୂଚନା ମୁତାବକ, ଜୁନ ଏବଂ ଜୁଲାଇ ମାସରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଦର ବୃଦ୍ଧିକୁ ଅନେକ ସ୍ଥାନରେ ବିରୋଧ ମଧ୍ୟ କରାଯାଇଥିଲା। ବିରୋଧୀ ମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏବେ ପୁଣି ଥରେ ଗତ 9 ଦିନରେ ପେଟ୍ରୋଲର ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.