ETV Bharat / bharat

କ୍ରମାଗତ ତୃତୀୟ ଦିନରେ ପେଟ୍ରୋଲ ମହଙ୍ଗା, ଲିଟର ପିଛା 17 ପଇସା ବୃଦ୍ଧି - କ୍ରମାଗତ ତୃତୀୟ ଦିନରେ ପେଟ୍ରୋଲ ମହଙ୍ଗା

କ୍ରମାଗତ ତୃତୀୟ ଦିନରେ ପୁଣି ବୃଦ୍ଧି ପାଇଲା ଦେଶରେ ପେଟ୍ରୋଲ ଦର । ସପ୍ତାହର ଦ୍ୱିତୀୟ ଦିନରେ (ମଙ୍ଗଳବାର) ପେଟ୍ରୋଲ ଲିଟର ପିଛା 17 ପଇସା ମହଙ୍ଗା ହୋଇଛି । ତେବେ ଲଗାତାର 17 ଦିନ ହେଲା ଡିଜେଲ ମୂଲ୍ୟ ସ୍ଥିର ରହିଛି । ଅଧିକ ପଢନ୍ତୁ...

କ୍ରମାଗତ ତୃତୀୟ ଦିନରେ ପେଟ୍ରୋଲ ମହଙ୍ଗା, ଲିଟର ପିଛା 17 ପଇସା ବୃଦ୍ଧି

author img

By

Published : Aug 18, 2020, 10:21 AM IST

ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନରେ ପୁଣି ବୃଦ୍ଧି ପାଇଲା ଦେଶରେ ପେଟ୍ରୋଲ ଦର । କିଛି ଦିନର ସ୍ଥିରତା ପରେ ପୁଣି ପେଟ୍ରୋଲର ଦର ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି । ସପ୍ତାହର ଦ୍ୱିତୀୟ ଦିନରେ (ମଙ୍ଗଳବାର) ପେଟ୍ରୋଲ ଲିଟର ପିଛା 17 ପଇସା ମହଙ୍ଗା ହୋଇଛି । ସୂଚନାନୁଯାୟୀ, ସୋମବାର ଦିନ ଦିଲ୍ଲୀରେ ପେଟ୍ରୋଲ ପିଛା 16 ପଇସା, କୋଲକାତାରେ 13 ପଇସା, ମୁମ୍ବାଇରେ 14 ପଇସା ଏବଂ ଚେନ୍ନାଇରେ ଲିଟର ପିଛା 12 ପଇସା ମହଙ୍ଗା ହୋଇଥିଲା। ଏଥି ସହିତ ରବିବାର ଦିନ ପେଟ୍ରୋଲ ମଧ୍ୟ ମହଙ୍ଗା ହୋଇଥିଲା।

ତେବେ ଲଗାତାର 17 ଦିନ ହେଲା ଡିଜେଲ ମୂଲ୍ୟ ସ୍ଥିର ରହିଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ଯଥାକ୍ରମେ 80.90, 82.43 ଟଙ୍କା, 87.58 ଟଙ୍କା ଏବଂ 83.99 ଟଙ୍କାକୁ ବୃଦ୍ଧି ପାଇଛି । ଏଥି ସହିତ, ଚାରୋ ମେଟ୍ରୋରେ ଡିଜେଲର ମୂଲ୍ୟ ଯଥାକ୍ରମେ ଲିଟର ପିଛା 73.56, 77.06, 80.11 ଟଙ୍କା ଏବଂ 78.86 ଟଙ୍କା ସ୍ଥିର ରହିଛି।

ଆମେରିକାର ଅଶୋଧିତ ତୈଳ କ୍ରୟ ପାଇଁ ଚୀନ୍‌ର ଯୋଜନା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.