ETV Bharat / bharat

ସାଉଦିରେ ତେଲ ସଙ୍କଟ, ଭାରତରେ ମହଙ୍ଗା ହେଲା ତେଲ ଦର - ଭାରତରେ ତେଲ ଦର ବୃଦ୍ଧି

ସାଉଦି ଆରବର ତେଲ କମ୍ପାନୀର ଡ୍ରୋନ ଆକ୍ରମଣ ହେବା ପରେ କମ୍ପାନୀର ତେଲ ଉତ୍ପାଦନ ହ୍ରାସ ପାଇଛି । ଯାହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡିଛି । ଫଳରେ ଭାରତରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ତେଲ ଦର ଲିଟର ପିଛା 72.42 ଟଙ୍କା ଏବଂ ଡିଜେଲ ଦର 65.82 ଟଙ୍କାକୁ ବୃଦ୍ଧି ପାଇଛି ।

ଡିଜାଇନ ଫଟୋ
author img

By

Published : Sep 19, 2019, 10:24 AM IST

Updated : Sep 19, 2019, 10:42 AM IST

ନୂଆଦିଲ୍ଲୀ: ସାଉଦି ଆରବରେ ତେଲ ସଙ୍କଟ । ଯାହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡିଛି । ଅଢେଇ ମାସ ଭିତରେ ବୁଧବାର ସବୁଠୁ ଅଧିକ ତେଲ ଦର ବୃଦ୍ଧି ହେବା ପରିଲକ୍ଷିତ ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 25 ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ 24 ପଇସାକୁ ଛୁଇଁଛି । ଜୁଲାଇ 5 ରେ ବଜେଟ ଉପସ୍ଥାପନା ହେବା ପରେ ଚଳିତ ମାସ ପେଟ୍ରୋଲ ଦର ଅତ୍ୟଧିକ ବୃଦ୍ଧି ହୋଇଛି ।

ସାଉଦି ଆରବର ସବୁଠୁ ବଡ଼ ତେଲ କମ୍ପାନୀ ସାଉଦି ଅରାମକୋର ଶୋଧନ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ହେବା ପରେ କମ୍ପାନୀର ତେଲ ଉତ୍ପାଦନରେ ହ୍ରାସ ପାଇଛି । ଏହାପରେ ବିଶ୍ବର ତେଲ ବଜାରରେ ହଇଚଇ ସୃଷ୍ଟି ହେଲା । ସେପଟେ ତୈଳ ବୃଦ୍ଧି ଯୋଗୁ୍ଁ କୃଡର ମୂଲ୍ୟ ଗୋଟିଏ ଦିନରେ 20 ପ୍ରତିଶତ ବୃଦ୍ଧି ହୋଇଗଲା । ଏହାର ପ୍ରଭାବ ଭାରତୀୟ ଘରୋଇ ତେଳ ବଜାର ଉପରେ ପଡିଲା ।

ପେଟ୍ରୋଲ-ଡିଜେଲର ମୂଲ୍ୟ ଲଗାତାର ବଢି ବଢି ଗଲା । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 72.42 ଟଙ୍କା ଏବଂ ଡିଜେଲ ଦର 65.82 ଟଙ୍କାକୁ ବୃଦ୍ଧି ପାଇଲା । ମଙ୍ଗଳବାର ପେଟ୍ରୋଲ ଦର 14 ପଇସା ଏବଂ ଡିଜେଲ ଦର 15 ପଇସା ଥିଲା । ସୂଚନା ଥାଉକି ଚଳିତ ବର୍ଷ ବଜେଟ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପେଟ୍ରୋଲ-ଡିଜେଲ ଦର ଲିଟର ପିଛା ପ୍ରାୟ 2 ଟଙ୍କାକୁ ବୃଦ୍ଧି କରିବା ପାଇଁ ଆଦେଶ ଦେଇଥିଲେ । ଚଳିତ ବର୍ଷ ତମାମ କ୍ଷୁଦ୍ର ବଜାରରେ ତୈଳ ଦର 70ଟଙ୍କାରୁ ଊର୍ଦ୍ଧ୍ବ ଥିଲା । 2019 ଜାନୁଆରୀ 1 ରେ ତୈଳ ଦର 68.65 ଟଙ୍କା ଥିଲା । କିନ୍ତୁ ଜାନୁଆରୀ 15 ପରେ ଏହା ବୃଦ୍ଧି ପାଇଁ 70କୁ ଛୁଇଁଲା । ଏହାପରଠାରୁ ପେଟ୍ରୋଲ ଦର ହ୍ରାସ ହେବାର ନାଁ ଧରୁନି ।

Intro:Body:

BLANK

Conclusion:
Last Updated : Sep 19, 2019, 10:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.