ETV Bharat / bharat

ତୈଳ ବଜାରରେ ନିଆଁ: ଦିଲ୍ଲୀରେ 80 ଟଙ୍କା ଛୁଇଁଲା ପେଟ୍ରୋଲ ଓ ଡିଜେଲ - hike in petrol price

ଆଜି ପୁଣି ବଢିଲା ତେଲ ଦର । ଲଗାତାର 20 ଦିନ ପାଇଁ ଡିଜେଲ ଦର ବୃଦ୍ଧି କରାଯାଇଛି। ପେଟ୍ରୋଲ ଲିଟର ପିଛା 0.17 ପଇସା ବଢିଥିବାବେଳେ ଡିଜେଲ 0.21 ପଇସାକୁ ବୃଦ୍ଧି ପାଇଛି ।

ତୈଳ ବଜାରରେ ନିଆଁ: ଦିଲ୍ଲୀରେ 80 ଟଙ୍କା ଛୁଇଁଲା ପେଟ୍ରୋଲ ଓ ଡିଜେଲ

author img

By

Published : Jun 26, 2020, 7:38 AM IST

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତେଲ ଦର । ଗୁରୁବାର ଦିନ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଥିଲା ଏବଂ ତୃତୀୟ ଦିନରେ ମଧ୍ୟ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା ପଡିଛି। ଲଗାତାର 20 ଦିନ ପାଇଁ ଡିଜେଲ ଦର ବୃଦ୍ଧି କରାଯାଇଛି।

ପେଟ୍ରୋଲ ଲିଟର ପିଛା 0.17 ପଇସା ବଢିଥିବାବେଳେ ଡିଜେଲ 0.21 ପଇସାକୁ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 80.19 ଟଙ୍କା ଓ ଡିଜେଲ 80.13 ଟଙ୍କାରେ ପହଞ୍ଚିଛି ।

ଗତ 15 ଦିନ ଧରି ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା 35-40 ଡଲାର ରହିଛି । ସେପଟେ କିନ୍ତୁ ଦେଶର ଲଗାତାର ତେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଗତ 17 ଦିନ ମଧ୍ୟରେ ପେଟ୍ରୋଲ 8.50କୁ ବୃଦ୍ଧି ଘଟିଛି । ଡିଜେଲ ଦର 9.77 ଟଙ୍କା ମହଙ୍ଗା ହୋଇଛି । ତେବେ ଶୁକ୍ରବାର ସୁଦ୍ଧା ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ 80 ଟଙ୍କା ପାର କରିଛି।

ଗତ କିଛି ଦିନ ଧରି ସକାଳ 6ଟାରେ ତୈଳ ଦର ବୃଦ୍ଧି ପାଉଛି । ସେହି ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର ଲାଗୁ ହେଉଛି । ପେଟ୍ରୋଲ ଏବଂ ଡିଜେଲ ହାରରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହେଉଛି ।

ତେବେ କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇର ଅନ୍ୟ ମେଟ୍ରୋ ସହରଗୁଡ଼ିକରେ ଡିଜେଲ ହାର ତୁଳନାରେ ପେଟ୍ରୋଲର ମୂଲ୍ୟ ଅଧିକ ରହିଥିଲା। ଜୁନ୍ 7 ରେ ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ଯାହା ଦେଶର ଅଧିକାଂଶ ପେଟ୍ରୋଲ ଏବଂ ଡିଜେଲ ଆଉଟଲେଟର ଅଂଶ ଅଟେ । ଦୈନିକ ମୂଲ୍ୟ ସମୀକ୍ଷାର ସାଧାରଣ ବ୍ୟବସ୍ଥାକୁ 82 ଦିନ ପରେ ଖର୍ଚ୍ଚ ସହିତ ପୁନଃ ଆରମ୍ଭ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.