ନୂଆଦିଲ୍ଲୀ: ଜଷ୍ଟିସ ଫର ରାଇଟ୍ସ ଫାଉଣ୍ଡେସନ ସୁପ୍ରିମକୋର୍ଟରେ ଏକ ଜନହିତ ଯାଚିକା ଦାଖଲ କରିଛି । ଲକଡାଉନ୍ ସମୟରେ ସେମିଷ୍ଟର ଫି ନନେବା ପାଇଁ ସମସ୍ତ ବିଶ୍ବବିଦ୍ୟାଳୟକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ଯାଚିକାରେ କୁହାଯାଇଛି ।
ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଲକଡାଉନ୍ ସମୟରେ କଲେଜଗୁଡିକ ବନ୍ଦ ରହିଛି ତେଣୁ ଫି ଦାବି କରିବାର ପ୍ରଶ୍ନ ଉଠୁନି । ଏହି ଯାଚିକା ଯୁକ୍ତି କରିଛି ଯେ, ଧାରା 21 ଓ ଧାରା 21କ ଅନୁଯାୟୀ ଶିକ୍ଷା ବାଣିଜ୍ୟର ଏକ ଅଂଶ ନହେବା ଉଚିତ୍ । ମାନ୍ୟବର କୋର୍ଟ ଆଇନ ପ୍ରଣୟନ କରିଛନ୍ତି ଯେ ଶିକ୍ଷାନୁଷ୍ଠାନଗୁଡିକ ବ୍ୟବସାୟିକ ଉଦ୍ୟୋଗ ନୁହଁନ୍ତି ଏବଂ ତେଣୁ ଲାଭକୁ ପ୍ରାଥମିକତା ଦିଆଯିବ ନାହିଁ ବୋଲି ଯାଚିକାରେ କୁହାଯାଇଛି ।