ETV Bharat / bharat

ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ ପାଇଁ ଇ-ପାସ୍ ଜାରି କଲା ଦିଲ୍ଲୀ ପୋଲିସ

author img

By

Published : Mar 28, 2020, 10:59 PM IST

ଅତ୍ୟାବଶ୍ୟକ ସେବାରେ କାମ କରୁଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଅନଲାଇନ ମୁଭମେଣ୍ଟ ପାସ୍ ବ୍ୟବସ୍ଥା କରିଛି। ଅଧିକ ଖବର ପଢନ୍ତୁ...

CoronaLockdown
ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ ପାଇଁ ଇ-ପାସ୍ ଜାରି କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦେଶବ୍ୟାପି ଲକଡାଉନ ପରିସ୍ଥିତି। ଏହି ସମୟରେ ଅତ୍ୟାବଶକୀୟ ସେବା ଯୋଗାଉଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ଛାଡ ଦିଆଯାଇଛି। ତଥାପି ଏହି ସେବାରତ ଲୋକଙ୍କୁ ବିଭିନ୍ନ ସମୟରେ ପୋଲିସ ଠାରୁ ମାଡ ଖାଇବାକୁ ପଡୁଛି।

ଏନେଇ ଅତ୍ୟାବଶ୍ୟକ ସେବାରେ କାମ କରୁଥିବା ଡେଲିଭରି ବ୍ୟକ୍ତିମାନେ ଘଟଣା ବିଷୟରେ ପୋଲିସଙ୍କୁ ଜଣାଇଥିଲେ। ତେବେ ଏଭଳି ବିଶୃଙ୍ଖଳା ପରିସ୍ଥିତି ଏଡାଇବା ପାଇଁ ଦିଲ୍ଲୀ ପୋଲିସ ଅନଲାଇନ ମୁଭମେଣ୍ଟ ପାସ୍ ବ୍ୟବସ୍ଥା କରିଛି।

ସୂଚନା ଅନୁସାରେ, ଏହି ଅତ୍ୟାବଶ୍ୟକ ସେବା ସହିତ ଜଡିତ ବ୍ୟକ୍ତି (ସରକାରଙ୍କ ତାଲିକାଭୁକ୍ତ କିମ୍ବା କୌଣସି ବ୍ୟକ୍ତିଗତ ଜରୁରୀକାଳୀନ ପରିସ୍ଥିତି ଦିଲ୍ଲୀ ପୋଲିସ୍ ୱେବସାଇଟ୍ https://delhipolice.nic.in ମାଧ୍ୟମରେ ଅନଲାଇନ୍ ପାସ୍ ପାଇଁ ଆବେଦନ କରିପାରିବେ |

କିଏ ପାସ୍ ପାଇପାରିବେ?

ଖାଦ୍ୟ ଏବଂ ଔଷଧ ବିତରଣ କର୍ମଚାରୀ, ସ୍ୱାସ୍ଥ୍ୟସେବା କର୍ମଚାରୀ, ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ, ପୋଲିସ୍ କର୍ମଚାରୀ, ବିଦ୍ୟୁତ୍ ବିତରଣ କର୍ମଚାରୀ, ଜଳ ବିଭାଗ ସହିତ ଜଡିତ ଲୋକ ଏହି ପାସ୍ କରିପାରିବେ।

ହେଲ୍ପଲାଇନ ନମ୍ବର

ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ପାସ୍ କିମ୍ବା କୌଣସି ଅଭିଯୋଗ ସମ୍ବନ୍ଧୀୟ ପ୍ରଶ୍ନ ପାଇଁ - 011-23469526 (24 × 7) ଡାଏଲ୍ କରନ୍ତୁ । ଅତ୍ୟାବଶ୍ୟକ ଦ୍ରବ୍ୟରେ କାରବାର କରୁଥିବା ବ୍ୟକ୍ତିମାନେ ବର୍ତ୍ତମାନ ଦିଲ୍ଲୀ ପୋଲିସ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ପାସ୍ ପାଇଁ ଆବେଦନ କରିପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.