ETV Bharat / bharat

'LACରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅଗ୍ରଗତି ଦେଖିବାକୁ ଚାହିଁବେ ଜନତା' - process of disengagement at LAC

ସୀମାରୁ ସୈନ୍ୟ ପ୍ରତ୍ୟାହାରକୁ ନେଇ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ । ଲୋକମାନେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅଗ୍ରଗତି ଦେଖିବାକୁ ଚାହିଁବେ ବୋଲି ଚିଦାମ୍ବରମ୍‌ କହିଛନ୍ତି ।

ଚିଦାମ୍ବରମ୍‌
ଚିଦାମ୍ବରମ୍‌
author img

By

Published : Jul 10, 2020, 12:12 PM IST

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବ । ସୀମା ପ୍ରସଙ୍ଗକୁ ନେଇ ୱାର୍କିଂ ମେକାନିଜମ ଫର କନସଲଟେସନର ଭର୍ଚୁଆଲ ବୈଠକ ଆୟୋଜିତ ହେବ । ତେବେ ଇତି ମଧ୍ୟରେ ସୀମାରୁ ସୈନ୍ୟ ପ୍ରତ୍ୟାହାରକୁ ନେଇ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ । ଲୋକମାନେ ସୈନ୍ୟ ପ୍ରତ୍ୟାହାରର ପ୍ରକ୍ରିୟା ଏବଂ ଅଗ୍ରଗତି ଦେଖିବାକୁ ଚାହିଁବେ ବୋଲି ଚିଦାମ୍ବରମ କହିଛନ୍ତି ।

ଶୁକ୍ରବାର ଏକ ଟ୍ବିଟ କରି ଚିଦାମ୍ବରମ୍ କହିଛନ୍ତି, 'ପ୍ରକୃତ ନିୟନ୍ତ୍ରଣ ରେଖାରୁ ଚୀନ ସୈନିକ ପଛକୁ ହଟିଛନ୍ତି ଏଥିପାଇଁ ଆମେ ବହୁତ ଖୁସୀ । କିନ୍ତୁ ସୈନ୍ୟ ପ୍ରତ୍ୟାହାରର ପ୍ରକ୍ରିୟା ଏବଂ ଅଗ୍ରଗତି ଉପରେ ଲୋକମାନେ ତୀକ୍ଷ୍ଣ ନଜର ରଖିବେ । ଆମ ଲକ୍ଷ୍ୟ ହେଉଛି ସୀମାରେ ସ୍ଥିତିର ପୁନରୁଦ୍ଧାର ।'

ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦ ଏବଂ ଡେପସଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଏବଂ ଚୀନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସୈନ୍ୟସ୍ତରୀୟ ଆଲୋଚନା ହେବ । ସେହି ଅଞ୍ଚଳରୁ ଅତିରିକ୍ତ ସେନା, ତୋପ ଏବଂ ଟ୍ୟାଙ୍କ ହଟାଇବାକୁ ଉଭୟଦେଶର ପ୍ରତିନିଧିମାନେ ଆଲୋଚନା କରିବେ । ତେବେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଗଲୱାନ୍ ଘାଟି , ପାଟ୍ରୋଲିଂ ପଏଣ୍ଟ 15 ଏବଂ ହଟ୍ ସ୍ପ୍ରିଙ୍ଗରୁ ସୈନିକ ହଟାଇଥିବା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୈନିକଙ୍କ ମଧ୍ୟରେ ପୂର୍ବ ଲଦାଖର ଗଲୱାନ ଘାଟିରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ସୈନିକ ଶହୀଦ ହୋଇଥିଲେ । ସଂଘର୍ଷରେ ଚୀନର ମଧ୍ୟ 43 ଜଣ ସୈନିକ ମୃତାହତ ହୋଇଥିବା ଜଣାପଡିଥିଲା । ଘଟଣାପରେ ଭାରତ-ଚୀନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିଲା । ବିବାଦର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଭିବିନ୍ନ ସ୍ତରୀୟ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ସୋମବାର ଜାତୀୟ ସୁରକ୍ଷାପରମାର୍ଶଦାତା ଅଜିତ ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଟେଲିଫୋନିକ୍ ବାର୍ତ୍ତାଳାପ ହୋଇଥିଲା । ଏହି ବାର୍ତ୍ତାଳାପରେ ଉଭୟ ନେତା ଶାନ୍ତି ଏବଂ ଶାନ୍ତିର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଥିବା ସୈନ୍ୟମାନଙ୍କ ପ୍ରତ୍ୟାହର ଆବଶ୍ୟକ ବୋଲି ସହମତି ପ୍ରକାଶ କରିଥିଲେ । ଏଲଏସିରେ ଜାରି ବିବାଦର ସମାଧାନ ଶୀଘ୍ର ହେବା ଉଚିତ ବୋଲି ଉଭୟ ନେତା କହିଥିଲେ । ଏହି ବାର୍ତ୍ତାଳପ ପରେ ଚୀନ ଏବଂ ଭାରତ ସୈନିକଙ୍କ ସଂଘର୍ଷ ସ୍ଥଳରୁ ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ତେବେ ଏହି ସଂଘର୍ଷର ପ୍ରାୟ 25 ଦିନ ପରେ ଚୀନ ସୈନିକ ସମ୍ପୁର୍ଣ୍ଣ ଭାବରେ ପଛକୁ ହଟିଛନ୍ତି । ପାଟ୍ରୋଲିଂ ପଏଣ୍ଟ 17ରେ ଭାରତ ଏବଂ ଚୀନ ସୈନିକଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶେଷ ହୋଇଛି । ଏହା ସହିତ ପାଟ୍ରୋଲିଂ ପଏଣ୍ଟ-14, 15 ଏବଂ 17ରେ ଚୀନ ସୈନିକ ପଛକୁ ହଟିଛନ୍ତି । ସେପଟେ ଲଦାଖର ଫିଙ୍ଗର ଅଞ୍ଚଳରୁ ମଧ୍ୟ ଚୀନ ସୈନିକ ପଛକୁ ହଟୁଥିବା ସୂତ୍ରରୁ ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.