ETV Bharat / bharat

କୋରୋନାକୁ ନେଇ ପୋଷ୍ଟ କରି କ୍ଷମା ମାଗିଲେ ଆନନ୍ଦ ମହିନ୍ଦ୍ରା - corona mask

ଟ୍ବିଟରରେ ଏକ ଫଟୋ ପୋଷ୍ଟ କରି ଯେଉଁଥିରେ ଏକ ଶିଶୁକନ୍ୟା ଏବଂ ତାର ମାଙ୍କୁ ଦର୍ଶାଇଥିଲେ। କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଭୟ ମାସ୍କ ପିନ୍ଧିଥିଲେ । ହେଲେ ସେଥିପାଇଁ କ୍ଷମମାଗିଲେ ମହିନ୍ଦ୍ରା । ଅଧିକ ପଢନ୍ତୁ...

କୋରୋନାକୁ ନେଇ ଟ୍ବିଟରରେ ଏକ ପୋଷ୍ଟ କରି କ୍ଷମା ମାଗିଲେ ଆନନ୍ଦ ମହିନ୍ଦ୍ରା

author img

By

Published : Apr 27, 2020, 4:41 PM IST

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା କୋରୋନା ଭାଇରସକୁ ନେଇ ଟ୍ବିଟରରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିପାଇଁ ଲୋକେ ତାଙ୍କ ଫୋଷ୍ଟକୁ ନେଇ ଅସନ୍ତୋଷ ପ୍ରକାଶକରିଥିଲେ । ପରେ ମହିନ୍ଦ୍ରା ଏହି ପୋଷ୍ଟକୁ ଡିଲିଟ କରି କ୍ଷମା ମାଗିଛନ୍ତି ।

କୋରୋନାକୁ ନେଇ ଟ୍ବିଟରରେ ଏକ ପୋଷ୍ଟ କରି କ୍ଷମା ମାଗିଲେ ଆନନ୍ଦ ମହିନ୍ଦ୍ରା
କୋରୋନାକୁ ନେଇ ଟ୍ବିଟରରେ ଏକ ପୋଷ୍ଟ କରି କ୍ଷମା ମାଗିଲେ ଆନନ୍ଦ ମହିନ୍ଦ୍ରା

ସୂଚନା ମୁତାବକ, ଆନନ୍ଦ ମହିନ୍ଦ୍ରା ଟ୍ବିଟରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଏକ ଶିଶୁକନ୍ୟା ଏବଂ ତାର ମାଙ୍କୁ ଦର୍ଶାଇଥିଲେ। କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଭୟ ମାସ୍କ ପିନ୍ଧିଥିଲେ । ହେଲେ ବିଶେଷ କଥା ହେଉଛି ବାସ୍ତବରେ ଏଗୁଡ଼ିକ ମାସ୍କ ନୁହେଁ । ବରଂ ପତ୍ରର ଉଭୟ ପାର୍ଶ୍ୱରେ ସୂତା ଲଗାଇ ସେମାନେ ଏହାକୁ ପିନ୍ଧିଥିଲେ ଯାହା ମାସ୍କ ପରି ଦେଖାଯାଉଥିଲା । ଏହି ଫଟୋ ସେୟାର କରିବାବେଳେ ମହିନ୍ଦ୍ରା ଲେଖିଛନ୍ତି, ମା ଏବଂ ପିଲା ପତ୍ରରେ ତିଆରି ମାସ୍କ ପିନ୍ଧିଛନ୍ତି। କୋରୋନା ଭାଇରସର ଏହି ସମୟରେ, ଏହି ଫଟୋ ଲୋକଙ୍କ ମଧ୍ୟରେ ଏକ ପରିଚୟ ହେବ । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ପ୍ରକୃତି ଆମକୁ ସମସ୍ତ ଜିନିଷ ଦେଇଥାଏ ଯାହା ଆମେ ଆବଶ୍ୟକ କରୁଥାଉ । '

ମହିନ୍ଦ୍ରା ଭାବିଥିଲେ ତାଙ୍କର ଏହି ପୋଷ୍ଟ ଲୋକମାନେ ବେଶ ପସନ୍ଦ କରିବେ। କିନ୍ତୁ ଖୁବ୍ ଶୀଘ୍ର ଲୋକମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ । ହାସ୍ୟ ଅଭିନେତା ଆଦିତ୍ୟ ମିତ୍ତଲ ଲେଖିଛନ୍ତି ଯେ ଏହା ଥଟ୍ଟା ମଜା କରିବାର ସମୟ ନୁହେଁ। ସେ କହିଛନ୍ତିଯେ, ପତ୍ରରେ ତିଆରି ଏକ ମାସ୍କ ଜୀବାଣୁ ଠାରୁ ରକ୍ଷା କରେ ବୋଲି କୋଉଟି ପ୍ରମାଣ ନାହିଁ । ସେମାନେ ଏହାକୁ ବାଧ୍ୟତାମୂଳକ ଭାବେ ପିନ୍ଧୁଛନ୍ତି । କିଛି ସମୟ ପରେ ମହିନ୍ଦ୍ରା ଏହି ପୋଷ୍ଟକୁ ଡିଲିଟ କରି ଲୋକଙ୍କ ନିକଟରେ କ୍ଷମା ମାଗିଥିଲେ। ଭୁଲ୍ ଗ୍ରହଣ କରିଥିବାରୁ ଲୋକମାନେ ମହିନ୍ଦ୍ରାଙ୍କୁ ପରେ ପ୍ରଶଂସା ମଧ୍ୟ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.