ETV Bharat / bharat

ରମଜାନରେ ଖାଁଖାଁ ଜାମା ମସଜିଦ, ଘରେ ନମାଜପାଠ କଲେ ମୁସଲିମ ସମ୍ପ୍ରଦାୟ

author img

By

Published : Apr 25, 2020, 2:51 PM IST

ଏବେ ମୁସଲମାନଙ୍କ ଧାର୍ମିକ ମାସ ରମଜାନ । ଏପଟେ ଲକଡାଉନ ଯୋଗୁଁ ମସଜିତ ବନ୍ଦ ଥିବା ହେତୁ ଘରେ ରହି ଲୋକେ ନମାଜ ପାଠ କରୁଥିବା ଦେଖିବାକୁ ମିଳିଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ....

ରମଜାନରେ ଜାମା ମସଜିତରେ ନାହିଁ ଗହଳି ଚହଳି , ଘରେ ପ୍ରାର୍ଥନା କଲେ ଲୋକେ

ନୂଆଦିଲ୍ଲୀ: ଲକଡାଉନରେ ସମସ୍ତ ଧାର୍ମିକ ସ୍ଥଳୀ ବନ୍ଦ ରହିଛି । ଆଉ ଏହାରି ଭିତରେ ଅନେକ ପୂଜାପର୍ବରେ ଲୋକେ ନିଜ ଭଗବାନଙ୍କ ଦର୍ଶନ କରିବାରେ ବଞ୍ଚିତ ରହୁଛନ୍ତି । ଏପରିସ୍ଥଳରେ ଏବେ ରମଜାନ ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାର ରମଜାନରେ ଘରେ ରହି ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଘରେ ରହି ନିଜ ପରିବାର ସହ ଲୋକେ ନମାଜ ପାଠ କରିଥିବା ଦେଖିବାକୁ ମିଳିଛି ।

ଦେଶର ସବୁଠାରୁ ବଡ ମସଜିତ ଦିଲ୍ଲୀ ଜାମା ମସଜିତ, ଯେଉଁଠି ଶୁକ୍ରବାର ଲୋକଙ୍କ ଗହଳି ଚହଳି ଦେଖିବାକୁ ମିଳିଥାଏ । କିନ୍ତୁ ରମଜାନ ମାସ ଚାଲିଥିବା ସତ୍ତ୍ବେ ବି ଏଠାରେ ଗତକାଲିର ଦୃଶ୍ୟ ପୁରା ଖାଁ ଖାଁ ରହିଥିଲା । ଲକଡାଉନ ଯୋଗୁଁ କେହି ଏଠାକୁ ଆସିନଥିବାବେଳେ ଘରେ ରହି ନମାଜ ପାଠ କରିଥିଲେ ।

ମୁସଲମାନ ସମ୍ପ୍ରଦାୟରେ ରମଜାନ ମାସ ଧର୍ମିକ ମାସ ହୋଇଥିବା ବେଳେ ଲୋକେ ଏହାକୁ ଖବୁ ଆଡମ୍ବର ସହ ପାଳିଥାନ୍ତି । ଦିନ ସାରା ଉପବାସ କରି ରାତ୍ରିରେ ବ୍ରତ ଭାଙ୍ଗିଥାନ୍ତି । କିନ୍ତୁ ରମଜାନ ହେତୁ ଏହା ଫିକା ପଡିଯାଇଛି । ପଦାକୁ ବାହାରିବାକୁ ଅଙ୍କୁଶ ଲାଗିଥିବାବେଳେ ମସଜିଦରେ ପ୍ରାର୍ଥନା କରିବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ଲୋକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.